ଭାରତ ଗସ୍ତରେ ଆସିଥିବା ଆମେରିକା କମାଣ୍ଡରଙ୍କୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ୩ଦିନିଆ ଭାରତ ଗସ୍ତରେ ଆସିଥିବା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ଆମେରିକା କମାଣ୍ଡର ଆଡମିରାଲ୍ ଜନ୍ ଆକ୍ୱିଲିନୋଙ୍କୁ ଭେଟିଛନ୍ତି। ଜୟଶଙ୍କର ଏକ ଟୁଇଟ୍ରେ କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଘଟିଥିବା ବିକାଶ ଉପରେ ସଫଳ ଆଲୋଚନା ହୋଇଛି।
ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହୋଇଛି ଯେତେବେଳେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରାଯାଇଛି। ଏହା ପୂର୍ବରୁ ଆମେରିକାର କମାଣ୍ଡରଙ୍କୁ ଦକ୍ଷିଣ ବ୍ଲକରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି।