ସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨୪ ଘଂଟା ଭିତରେ ୫ ଆତଙ୍କବାଦୀ ନିହତ
ଜମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟା ମଧ୍ୟରେ ସୁରକ୍ଷା ବାହିନୀକୁ ବହୁତ ସଫଳତା ମିଳିଛି । ବାରାମୁଲା ଜିଲ୍ଲାର ଏକ ଏନକାଉଂଟରେ ସୁରକ୍ଷାବାହିନୀ ଆଜି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏହା ପୂର୍ବରୁ ସୋମବାର ଶ୍ରୀନଗରରେ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।
ଇାରମୂଳାରେ ହୋଇଥିବା ଏନକାଉଂଟର ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସୋମବାର ବିଳମ୍ବିତ ରାତିରେ ସୋପୁରର ପେଫସିରରେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ, ମଙ୍ଗଳବାର ସକାଳେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ଏନକାଉଂଟର କରିଥିଲେ । ଅଧିକାରୀ କହିଛନ୍ତି ଯେ, ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଂଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ ସେମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ଗୋଷ୍ଠୀକୁ ଖୋଜାଯାଉଛି ।