ବାପା-ବଡ଼ ମା’ଙ୍କୁ ଶାବଳ ଭୁସି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁତୁରା
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅନ୍ତର୍ଗତ ତିରିଂ ଥାନା ଦେଉରାଡିହି ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ପୁତୁରାର ଶାବଳ ମାଡରେ ବଡ଼ ବାପା-ବଡ଼ମା’ଙ୍କର ମୃତ୍ୟୁ ଘଟିଛି । ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ପୁତୁରାଜଣକ ଆତ୍ମସମର୍ପଣ କରିଥିବା ଜଣାପଡିଛି । ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ମୃତକ ହେଲେ ଯୋଗେନ୍ଦ୍ର ହାଁସଦା (୬୮) ଓ ତାଙ୍କର ସ୍ତ୍ରୀ ନାନୀ ହାଁସଦା (୬୫)। ଅଭିଯୁକ୍ତ ପୁତୁରା ମାଝ ହାଁସଦା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି ।
ସୂଚନା ଯେ, ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଛି। ଆଜି ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଃ ହାଁସଦାଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ଓ ସୁରାଇ ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲାା ଆଜି ଏହା ଭୟଙ୍କର ରୂପ ନେଇଥିଲା। ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝ ହାଁସଦାଃ ଉତକ୍ଷିପ୍ତ ହୋଇ ଏକ ଶାବଳରେ ବଡ଼ ବାପା ଓ ବଡ଼ ମାଆଙ୍କୁ ମାରି ହତ୍ୟା କରିଥିଲା । ହତ୍ୟାପରେ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳକୁ ବାରିପଦା ସାଇନ୍ଟିଫିକ୍ଟ ଟିମ୍, ସନ୍ଧାନୀ କୁକୁର ଓ ତିରିଂ ଥାନା ପୁଲିସ ପହଂଚି ଘଟଣାର ଅଧିକ ତଦନ୍ତ କରୁଛନ୍ତିି । ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।