‘କଞ୍ଚନା ୩’ ଫେମ୍ ଆଲେକ୍ଜାଣ୍ଡରା ଜାଭିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସାଉଥ ଫିଲ୍ମ ‘କଞ୍ଚନା ୩’ ଫେମ୍ ଅଭିନେତ୍ରୀ ଆଲେକ୍ଜାଣ୍ଡରା ଜାଭି (୨୪) ଙ୍କ ଗୋଆର ଏକ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି । ସେ ସେଠାରେ ତାଙ୍କ ବଏଫ୍ରେଣ୍ଡ ସହିତ ରହୁଥିବାର ଜଣାପଡିଛି । ତେବେ ଏହା ହତ୍ୟା ନ ଆତ୍ମହତ୍ୟ ସେନେଇ କାରଣ ଅସ୍ପଷ୍ଟ ରହିଛି ।
ଆଲେକ୍ଜାଣ୍ଡରା ଗୋଆର ଏକ ଆପାର୍ଟମେଣ୍ଟରେ ରେଣ୍ଟରେ ରହୁଥିଲେ। ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘରର କିଚେନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଏକ ନାଲି ରଙ୍ଗର ଶାଢୀ ପିନ୍ଧିଥିଲେ। ତେବେ ପୋଲିସକୁ ମୃତଦେହ ପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଆଗକୁ ଅନୁସନ୍ଧାନ କରାଯିବ। ପୋଲିସର କହିବାନୁସାରେ, ଆଲେକ୍ଜାଣ୍ଡରା ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ, ଆଲେକ୍ଜାଣ୍ଡରା ମାନସିକ ଭାବରେ ଚିନ୍ତିତ ଥିଲେ। ଯାହା ପାଇଁ ସେ ମେଡିସିନ୍ ଖାଉଥିଲେ । ତେବେ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ବଏଫ୍ରେଣ୍ଡ ସହ ବ୍ରେକଅପ୍ ହେତୁ ଅଭିନେତ୍ରୀ ଚିନ୍ତିତ ଥିଲେ । ଏଥି ସହିତ, ଋଷର କନସୁଲେଟର ଓକିଲ ବିକ୍ରମ ଭର୍ମା କହିଛନ୍ତି ଯେ ଆଲେକ୍ଜାଣ୍ଡରା ୨୦୧୯ ରେ ଜଣେ ଫଟୋଗ୍ରାଫରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିନେତ୍ରୀ ଫଟୋଗ୍ରାଫରଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କୁ ସେକ୍ସୁଆଲ୍ ୱାର୍କ୍ସ ପାଇଁ ବ୍ଲାକମେଲ କରୁଥିଲେ। ତେବେ ତାଙ୍କୁ ଗିରଫ କରାଯାଇଛି।