ଦେଶରେ ଆଉ ୨୫,୪୬୭ କରୋନା ସଂକ୍ରମିତ ଚିହ୍ନଟ ଓ ୩୫୪ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ହଜାରରୁ ସାମାନ୍ୟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪ ଶହରୁ କମ୍ ରହିଛି। ଦୈନିକ ସଂକ୍ରମଣ ହାର ୧.୫୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯% ରହିଛି। ଅନ୍ୟପକ୍ଷରେ କରୋନାରୁ ଆରୋଗ୍ୟ ହାର ୯୭.୫୮% ହୋଇଛି। ସୋମବାର ସଂଧ୍ୟା ସୁଦ୍ଧା ୫୦.୯୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେହି ସମୟ ମଧ୍ୟରେ ୫୮.୮୯ କୋଟି ପାନ ଟିକା ଦିଆଯାଇସାରିଛି।
India reports 25,467 new #COVID19 cases, 39,486 recoveries and 354 deaths in the last 24 hrs, as per Health Ministry.
— ANI (@ANI) August 24, 2021
Total cases: 3,24,74,773
Total recoveries: 3,17,20,112
Active cases: 3,19,551
Death toll: 4,35,110
Total vaccinated: 58,89,97,805 (63,85,298 in last 24 hrs) pic.twitter.com/Z0xo6jqVJ6
ମଙ୍ଗଳବାର ଗତ ୨୪ଘଣ୍ଟାରେ ୨୫ହଜାର ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୯ହଜାର ୪୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୪ଲକ୍ଷ ୭୪ହଜାର ୭୭୩ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୫ହଜାର ୧୧୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୭ଲକ୍ଷ ୨୦ହଜାର ୧୧୨ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୧୯ହଜାର ୫୫୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।