ଦେଶରେ ୫୦ କୋଟି ଟପିଲା କୋଭିଡ ଟିକାକରଣ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଟିକାକରଣ ବ୍ୟାପକ ଭାବେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶବ୍ୟାପି ଟିକାକରଣ ୫୦ କୋଟି ୩ ଲକ୍ଷ ୪୮ ହଜାର ୮୬୬ ଡୋଜ୍ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷ ୨୯ ହଜାର ୬୭୩ ଡୋଜ ଟିକା ଦିଆଯାଇଛି। ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୩୬% ରହିଛି। ଗତ ୨୪ ଘଣ୍ଟା ଭିତରେ ୪୧ ହଜାର ୯୬ ଜଣ ଆରୋଗ୍ୟ ହୋଇଛନ୍ତି। ଫଳରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୧୦ଲକ୍ଷ ଲୋକ କରୋନାରୁ ଆରୋଗ୍ୟ ହୋଇସାରିଲେଣି। ଅନ୍ୟପକ୍ଷରେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧ କୋଟି ୭୪ ଲକ୍ଷ ୯୧ ହଜାର ୧୫୩ ଜଣ କୋଭିଡ ଟିକା ନେଇଛନ୍ତି।
ଇତି ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସତତ ଅଞ୍ଚଳକୁ ୫୧ କୋଟି ୧୬ ଲକ୍ଷ ୪୬ ହଜାର ୮୩୦ ଡୋଜ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେଇସାରିଲେଣି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ନିକଟରେ ୨ କୋଟି ୩୦ଲକ୍ଷ ୩ ହଜାର ୨୧୧ ଡୋଜ ପ୍ରତିଷେଧକ ଟିକା ମହଜୁଦ ରହିଛି। ସରକାର ଆଉ ୨୦ ଲକ୍ଷ ୪୯ ହଜାର ୨୨୦ ଡୋଜ ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦେବାକୁ ପଦକ୍ଷେପ ନେଉଛନ୍ତି।