କରୋନା କଟକଣାରେ ରାଜଧାନୀରେ ଖୋଲିଲା ସିନେମା ହଲ୍
ଭୁବନେଶ୍ୱର : କରୋନା କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଖୋଲିଛି । ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି । କଟକଣା ଭିତରେ ଚାଲିବ ୪ଟି ସୋ । ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ ଫିଲ୍ମ‘ଦ ସୁଇସାଇଡ ସ୍କ୍ୱାର୍ଡ’ ଆଜି ହଲରେ ପଡ଼ିଥିବା ଜଣାଯାଇଛି । ଏହିସବୁ ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ତେବେ ଆଜି ରାଜଧାନୀର ପ୍ରେକ୍ଷାଳୟମାନଙ୍କରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ । ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଥିବା ଜଣାଯାଇଛି । ସେପଟେ, ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା । କରୋନା ମହାମାରୀ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଖୋଲଯାଇଛି ଜାତୀୟ ଉଦ୍ୟାନ । ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ ଅନୁମତି ନାହିଁ ।