ରାଜ୍ୟରେ ଆଉ ୧,୩୧୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୬୨ ଓ ସ୍ଥାନୀୟ ଅଞ୍ଚଳରୁ ୫୫୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୨ହଜାର ୧୮୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୨ ଜଣ ଥିବାବେଳେ ବାଲେଶ୍ୱରରୁ ୪୩ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୪୯ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୪, କଟକରୁ ୧୯୮ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୧୮ ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୧୧ ଜଣ, ଜଗତସିଂହପୁରରୁ ୫୩ ଜଣ, ଯାଜପୁରରୁ ୮୯ଜଣ, କଳାହାଣ୍ଡିରୁ ୪ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୮ ଜଣ, କେଉଁଝରରୁ ୧୩ ଜଣ, ଖୋର୍ଦ୍ଧାରୁ ୪୧୩ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୬୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୬, ପୁରୀରୁ ୬୭ ଜଣ, ରାୟଗଡ଼ାରୁ ୧୨ ଜଣ, ସମ୍ୱଲପୁରରୁ ୨୩ ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୧୬ ଓ ରାଜ୍ୟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୮୦,୮୬୬ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୬୨,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୮୭୨ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୨୨୩୯୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।