ବାଲେଶ୍ୱର : ୧୮ରୁ ୪୪ବର୍ଷ (୧ମ ଡୋଜ) ଓ ୪୫+ (୧ମ ଏବଂ ୨ୟ ଡୋଜ) ପାଇଁ ଆଜି ସ୍ଲଟ ବୁକିଂ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ମହାମାରୀ କରୋନାକୁ ପ୍ରତିହତ ପାଇଁ ବ୍ୟାପକ ଟିକାକରଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲାରେ ଆସନ୍ତା ୫, ୬ ଓ ୭ ତାରିଖ ୩ଦିନ ଧରି ଟିକାକରଣ ଜାରି ରହିବ । ଏଥିପାଇଁ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ନିମନ୍ତେ ଟିକାର କେବଳ ୧ମ ଡୋଜ ଓ ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ପାଇଁ ଟିକାର ୧ମ ଏବଂ ୨ୟ ଡୋଜ ଦିଆଯିବ ।
୧୮ ରୁ ୪୪ ବର୍ଷ ର ହିତାଧିକାରୀଙ୍କ ୧ମ ଡୋଜ ଟୀକାକରଣ ଅଗଷ୍ଟ ୫,୬ ଓ ୭ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।
— DM Balasore (@DBalasore) August 3, 2021
ଏହା ପାଇଁ ଅନଲାଇନ ରେ ଅଗଷ୍ଟ ତା ୪ ରିଖ ଅପରାହ୍ନ ୧୨ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ।
ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ।#OdishaCares #BalasoreCares pic.twitter.com/8sxEPxiHbs
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଏବଂ ୨ୟ ଡୋଜ ଟୀକାକରଣ ଅଗଷ୍ଟ ୫,୬ ଓ ୭ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।
— DM Balasore (@DBalasore) August 3, 2021
ଏହା ପାଇଁ ଅନଲାଇନ ରେ ଅଗଷ୍ଟ ତା ୪ରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ।
ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares pic.twitter.com/PERER3VsdY
ଏହି ଟିକା ନେବା ପାଇଁ ଅନଲାଇନରେ ବୁଧବାର ଅପରାହ୍ନ ୧୨ଟା ସମୟରେ କୋ-ଓ୍ବିନ (co-win) ପୋର୍ଟାଲକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ । ସେହିପରି ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ପାଇଁ ଟିକାର ୧ମ ଏବଂ ୨ୟ ଡୋଜ କେବଳ ଦିଆଯିବ ଓ ସେଥିପାଇଁ ବୁଧବାର ଅପରାହ୍ନ ୪ଟାରେ ଅନଲାଇନରେ ବୁକିଂ କରାଯିବା ପାଇଁ ସ୍ଲଟ ଖୋଲିଯିବ । ଅନ୍ୟପକ୍ଷରେ ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ ବୋଲି ଜିଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।