ଟୋକିଓ ଅଲିମ୍ପିକ୍ସ : ଆଜି ଭାରତୀୟ ପୁରୁଷ ହକି ଦଳର ସେମି ଫାଇନାଲ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ଆଜିର ଦିନଟି ଭାରତୀୟ ହକି ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ୪୧ ବର୍ଷ ପରେ ପୁରୁଷ ହକି ଟିମ୍ ପାଖରେ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ଆସିଛି । ଭାରତୀୟ ଟିମ୍ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୭ଟାରେ ବିଶ୍ୱ ଚମ୍ପିଅନ୍ ବେଲଜିୟମ୍କୁ ମୁକାବିଲା କରିବ । ୮ ସ୍ଵର୍ଣ୍ଣ ସହିତ ୧୧ ଅଲିମ୍ପିକ ପଦକ ଜିତିଥିବା ଭାରତର ଅଲିମ୍ପିକରେ ସମୃଦ୍ଧ ଇତିହାସ ଫେରାଇବା ପାଇଁ ମନପ୍ରୀତ ସିଂହଙ୍କ ନେତୃତ୍ଵାଧୀନ ଦଳ ଉକ୍ତ ମାର୍ଗରେ ଅଗ୍ରସର ହେଉଛନ୍ତି।
ଏହାବ୍ୟତୀତ ଆଜିର ଦିନ କୁସ୍ତିରୁ ଆରମ୍ଭ ହେଇଛି । ମହିଳା ଜାଭଲିନ ଥ୍ରୋରେ ଅନୁରାଣୀ ଗ୍ରୁପ-ଏ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିଛନ୍ତି । ସେହିଭଳି ପୂର୍ବାହ୍ନ ୯ଟା ୧୫ରେ ମହିଳା ଫ୍ରିଷ୍ଟାଇଲ ୬୨କିଲୋରେ ସୋନମ ମଲ୍ଲିକ ମୋଙ୍ଗଲିଆର ବୋଲୋରଟୁଆ ଖୁରେଲଖୁଙ୍କୁ ଭେଟିବେ । ଆଜି ଅପରାହ୍ନ ୩ଟା ୪୫ରେ ଗ୍ରୁଏ-ଏ ତେଜିନ୍ଦର ସିଂହ ଟୋର ଆଟଲେଟିକ୍ ପାଇଁ ପଡ଼ିଆକୁ ଓହ୍ଲାଇବେ ।