ଓଡ଼ିଶାରେ ଆର୍ ଭ୍ୟାଲୁ ଭଲ ଅଛି : ଡିଏମଇଟି
ଭୁବନେଶ୍ୱର : ଓଡ଼ିଶାରେ ଆର୍ ଭ୍ୟାଲୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଅଛି । ଆର୍ ଭ୍ୟାଲୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ କରିଥାଏ। ବର୍ତ୍ତମାନ ଆର ଭ୍ୟାଲୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି ସାରିଛି। ଓଡ଼ିଶାରେ ଆର ଭ୍ୟାଲୁ ୧ ହୋଇନାହିଁ। ୧ ଉପରେ ରହିଲେ ସଂକ୍ରମଣ ବଢିବ। ଆର ଭାଲ୍ୟୁ କମ୍ୟୁନିଟିରେ ପ୍ରତିଫଳିତ ହୋଇଥାଏ। ସେକଥା ବର୍ତ୍ତମାନ କହିବା କଷ୍ଟକର ବୋଲି ଡିଏମଇଟି ଡା. ସିବିକେ ମହାନ୍ତି କହିଛନ୍ତି ।
ଡିଏମଇଟି କହିଛନ୍ତି ଯେ, ଚୀନରେ ପ୍ରଥମ ୱେଭରେ ଆର ଭ୍ୟାଲୁ ୬ ଉପରେ ଥିଲା। କିନ୍ତୁ ଭାରତରେ ଦ୍ଵିତୀୟ ୱେଭରେ ତାହା ଦେଖିବାକୁ ମିଳୁନି । ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ। ଆର ଭ୍ୟାଲୁ ହେଲେ କମ୍ୟୁନିଟିରେ କିଭଳି ପ୍ରତିଫଳିତ ହେଉଛି ତାର କାରଣ ଖୋଜା ଚାଲିଛି । ଆର ଭ୍ୟାଲୁ ହେଲେ ଅଧିକ ସଂକ୍ରମଣ ହୋଇଥାଏ, କିନ୍ତୁ ତା’ମାନେ ନୁହେଁ ସମସ୍ତେ ସଂକ୍ରମିତ ହେବେ। ଟିକାକରଣ ସହ ସମସ୍ତଙ୍କୁ କରୋନା କଟକଣାର ନିୟମ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ।