ଟୋକିଓ ଅଲିମ୍ପିକ୍ସ : ୭ଟି ମେଡାଲ ଜିତି ଇତିହାସ ରଚିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ ଏମ୍ମା
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ନିଆରା ରେକର୍ଡ । ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୭ଟି ମେଡାଲ ଜିତି ଇତିହାସ ରଚିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍ । ପ୍ରଥମ ମହିଳା ସନ୍ତରଣକାରୀ ଭାବେ ଅଲିମ୍ପିକ୍ସରେ ୭ଟି ପଦକ ଜିତି ଏବେ ସବୁଠି ଚର୍ଚ୍ଚାରେ। ଏମ୍ମା ବିଶ୍ୱର ୨ୟ ମହିଳା ଆଥଲେଟ୍ ଯିଏ ଅଲିମ୍ପିକ୍ସରେ ୭ଟି ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ଏଭଳି କାରନାମା ୧୯୫୨ ହେଲସିନକି ଅଲିମ୍ପିକ୍ସରେ ଦେଖିବାକୁ ମିଳିଥିଲା। ଋଷର ଜିମନାଷ୍ଟ ମାରିୟା ଗୋରୋଖୋକାୟା ଗୋଟିଏ ଅଲିମ୍ପିକ୍ସରେ ୭ ପଦତ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆର ସନ୍ତରଣକାରୀ ଟିମ୍ ଶାନଦାର ପ୍ରଦର୍ଶନ କରିଛି। ଏମ୍ମା ୫୦ ମିଟର ଫ୍ରିଷ୍ଟାଇଲ୍ରେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ୨୩.୮୧ ସେକେଣ୍ଡରେ ପୂରଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ପଦକ ଜିତି ଏବେ ସାରା ବିଶ୍ବରେ ଚର୍ଚ୍ଚାରେ ଅଛନ୍ତି ଏମ୍ମା।
ସୂଚନା ଯେ, ଟୋକିଓ ଟକ୍କରରେ ଧମାଲ କରିଛନ୍ତି ଅଷ୍ଟ୍ରେଲିଆ ଦଳର ମହିଳା ସନ୍ତରଣକାରୀ ଏମ୍ମା ମେକକାନ୍। ବିଶ୍ବର ପ୍ରଥମ ମହିଳା ଭାବେ ଏମ୍ମା ଅଲିମ୍ପିକ୍ସରେ ୭ଟି ପଦକ ନିଜ ନାମରେ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଏମ୍ମା ୪ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୭ଟି ପଦକ ନିଜ ନାମରେ କରିଛନ୍ତି ଏମ୍ମା। ଅଲିମ୍ପିକ୍ସର ସିଙ୍ଗଲସ୍ ଗେମରେ ସେ ୭ଟି ପଦକ ଜିତି ରଚିଛନ୍ତି ଇତିହାସ। ଏହାପୂର୍ବରୁ ପୁରୁଷ ସନ୍ତରଣକାରୀଙ୍କ ନାମରେ ରହିଛି ଏଭଳି କାରନାମା। ହେଲେ ପ୍ରଥମ ଥର ପାଇଁ ଜଣେ ମହିଳା ସନ୍ତରଣାକାରୀ ଏଭଳି ସଫଳତା ପାଇଛନ୍ତି। ପୁରୁଷ ସନ୍ତରଣକାରୀ ମାଇକଲ ଫେଲ୍ପ, ମାର୍କ ସ୍ପିଟଜ ଓ ମେଟ ବିୟୋଣ୍ଡୋ ଗୋଟିଏ ଅଲିମ୍ପିକ୍ସରେ ୭ଟି ଲେଖାଏଁ ପଦକ ଜିତିଛନ୍ତି। ଆମେରିକାର ମାଇକଲ ଫେଲ୍ପ ବିଶ୍ୱର ଏକମାତ୍ର ସନ୍ତରଣକାରୀ ଖେଳାଳି ଯିଏ ଅଲିମ୍ପିକରେ ୭ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।