ଟୋକିଓ ଅଲିମ୍ପିକ୍ସ : ସେମି-ଫାଇନାଲ୍ରେ ଭାରତ ମହିଳା ହକି ଦଳ
- ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଇତିହାସ ରଚିଲା ଭାରତ, କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା
ଟୋକିଓ : ଟୋକିଓ ଅଲିମ୍ପିକରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ ଅଲିମ୍ପିକରେ ସେମିରେ ପ୍ରବେଶ କରି ଏଭଳି ଇତିହାସ ହାସଲ କରିଛି । ସେମି-ଫାଇନାଲ୍ରେ ଭାରତ ଆର୍ଜେଣ୍ଟିନାର ମୁକାବିଲା କରିବ।
Youth Affairs and Sports Minister Anurag Thakur congratulates the women's hockey team. He tweets, "Women’s Hockey Team is scripting history with every move at #Tokyo2020 ! We’re into the semi-finals of the Olympics for the 1st time beating Australia." pic.twitter.com/weqLGLS0xd
— ANI (@ANI) August 2, 2021
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ହକି ମ୍ୟାଚରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହି କ୍ୱାର୍ଟରରେ ଅଷ୍ଟ୍ରେଲିଆ ଦଳ ଭାରି ଦେଖାଯାଉଥିଲା, କିନ୍ତୁ ଗୋଟିଏ ଗୋଲ ସ୍କୋର କରିପାରି ନଥିଲା । ଖେଳ ଚାଲିବାର ୨୨ ମିନିଟ୍ର ଭାରତୀୟ ଦଳର ଗୁରଜିତ୍ କୌର୍ ଅଷ୍ଟ୍ରେଲିଆ ଦଳକୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ମଧ୍ୟ ଥିଲା ଅଲିମ୍ପିକ୍ କ୍ରୀଡ଼ାରେ ତାଙ୍କର ସର୍ବ ପ୍ରଥମ ଗୋଲ୍। ପେନାଲ୍ଟି କର୍ଣ୍ଣର୍ ଜରିଆରେ ଗୁରଜିତ୍ ଉକ୍ତ ଗୋଲ୍ ଦେବାରେ ସଫଳ ହୋଇଥିଲେ। ଖେଳ ଆରମ୍ଭର ପ୍ରଥମ ୧୫ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ଦଳ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବଜାୟ ରଖିବାରେ ସମର୍ଥ ହୋଇଥିଲା। ଖେଳ ଆରମ୍ଭର ମାତ୍ର ୪ ମିନିଟ୍ ପରେ ଅଧିନାୟିକା ରାଣୀ ରାମପାଲ୍ ବନ୍ଦନା କାଟାରିଆଙ୍କ ଠାରୁ କ୍ରସ୍ ପାଇ ଗୋଲ୍ ପୋଷ୍ଟ୍କୁ ସଟ୍ ମାରିଥିଲେ। ଖେଳର ଦ୍ବିତୀୟ ପର୍ଯ୍ୟାୟରେ ଗୁରଜିତ ପେନାଲ୍ଟି କର୍ଣ୍ଣର୍ ମାରି ଗୋଲ୍ ଦେବାରେ ସଫଳ ହୋଇଥିଲେ। କିନ୍ତୁ, ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଟିମ୍ ଆଧିପତ୍ୟ ଜାହିର କରିଥିଲେ ମଧ୍ୟ କୌଣସି ଗୋଲ୍ ଦେବାରେ ସଫଳ ହୋଇ ନ ଥିଲା। ତୃତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ମିଳିଥିଲେ ବି ସେମାନେ ଗୋଲ୍ ଦେବାରେ ବିଫଳ ହୋଇଥିଲେ। ଭାରତୀୟ ଖେଳାଳିମାନେ ଉଚିତ ଭାବେ ଜଗିବାରୁ ବଲ୍ ବାହାରକୁ ଚାଲିଯାଇଥିଲା। ସେହିଭଳି, ଚତୁର୍ଥ ପର୍ଯ୍ୟାୟରେ ଭାରତୀୟ ଖେଳାଳି ମୋନିକା ମଲିକଙ୍କ ବିରୋଧରେ ଫାଉଲ୍ ଅଭିଯୋଗ ଆସିଥିଲା। ତେଣୁ, ଖେଳ ଶେଷ ହେବାକୁ ଆଉ ୩ ମିନିଟ୍ବାକି ଥିବା ବେଳେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ଆଉ ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆର ମେଡିସନ୍ ଫିଜ୍ପେଟ୍ରିକ୍ ଗୋଲ୍ ଦେବାକୁ ଉଦ୍ୟମ କରିଥିଲେ କିନ୍ତୁ, ଭାରତୀୟ କ୍ରୀଡ଼ିକା ସବିତା ପୁନିଆ ତାଙ୍କ ସଟ୍କୁ ପ୍ରତିରୋଧ କରିବାରେ ସମର୍ଥା ହୋଇଥିଲେ। ଫଳରେ ଗୋଲ୍ ହୋଇ ପାରି ନ ଥିଲା। ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍ରେ ୧-୦ରେ ଆଗୁଆ ରହିଛି । ତେବେ ଦଳର ଏଭଳି ସଫଳତା ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।