ଝାରସୁଗୁଡା ପୋଲିସ ପଡ଼ିଆରେ ପ୍ରର୍ଦଶନୀ ଫୁଟବଲ ମ୍ୟାଚ୍
ଝାରସୁଗୁଡା : ଯୁବଜାତିର ଶକ୍ତି ଶୃଙ୍ଗଳା ବୋଧ ଉପରେ ତିଷ୍ଠି ରହିଥାଏ । ଶୃଙ୍ଗଳା ଯୁବକଜାତି ମାନଙ୍କୁ ସମୃଦ୍ଧି ଦିଗରେ ଆଗେଇ ନେଇ ଥାଏ । ଖେଳ ମାଧ୍ୟମରେ ଯୁବକ ମାନଙ୍କୁ ଶୃଙ୍ଗଳିତ କରିବା ଲକ୍ଷ୍ୟରେ ଝାରସୁଗୁଡା ଏସ୍.ପି ଙ୍କ ଚେଷ୍ଟା ରହିଛି । ଏହି ଉଦ୍ଦେଶ୍ୟ ରେ ଆଜି ସକାଳ ୮ଟା ରେ ଏକ ପ୍ରର୍ଦଶନୀ ଫୁଟବଲ ମ୍ୟାଚ ଜିଲ୍ଳା ପୋଲିସ ଦଳ ଏବଂ ନବ ଯୁବକ ସଂଘ ବଢେଇ ମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ପ୍ରଥମ ଭାଗର ୧୦ ମିନିଟ ରେ ଜିଲ୍ଳା ପୋଲିସ ଦଳ ଏକ ଗୋଲ ଦେଇ ଆଗୁଆ ରହି ଥିଲେ । କିନ୍ତୁ ଖେଳର ୨୫ ମିନିଟରେ ନବ ଯୁବକସଂଘ ବଢେଇ ମୁଣ୍ଡା ଗୋଲଟି ପରିଶୋଧ କରି ଦେଇ ଥିଲେ । ଉଭୟ ଦଳର ଖେଳି ଗୋଲ ଦେବାକୁ ଚେଷ୍ଟା କରି ଥିଲେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନ ଥିଲେ ।
ରବିବାର ଏହି ପ୍ରର୍ଦଶନୀ ଫୁଟବଲ ମ୍ୟାଚ ରେ ଝାରସୁଗୁଡା ଏସ୍.ପି ବିକାଶ କୁମାର ଦାସ, ୨ୟ ଓଏସଏପିର ଉପ-ଦୁର୍ଗପତି ଲଛମନ ସିଂ,ଭବାନି ସେଠ ଝାରସୁଗୁଡା କ୍ରୀଡା ସଂସ୍ଥାର ସଂପାଦକ ତାପସରାୟ ଚଉଧୁରୀ, ଉପ-ସଭାପତି ଜୀବନ ମହାନ୍ତି, କ୍ରୀଡା ସଂସ୍ଥାର କ୍ଳେମେଟ ରୋନାଲଡ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଅଶୋକ ମହାପାତ୍ର, ନିଳମାଧବ ସ୍ୱାଇଁ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଖେଳ କୁ ଶିତଳ ଗୁଡୁମ, ଅମିରା ପ୍ରଧାନ, ସଂଜୟ ଦାସ ପରିଚାଳନା କରିଥିଲେ ।