ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହା, ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ
ନୂଆଦିଲ୍ଲୀ : ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ । ବାରାଣସୀରେ ପହଞ୍ଚି ଶାହା ଭଗବାନ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ । ଅମିତ ଶାହା ବିନ୍ଧ୍ୟବାସିନୀ କରିଡରର ଶିଳାନ୍ୟାସ କରିବେ । ଶାହା କହିଛନ୍ତି ଯେ, ଏହି କରିଡର ନିର୍ମାଣ ହେବା ପରେ ଶକ୍ତିପୀଠ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହୋଇଯିବ ।
.@narendramodi जी की प्रेरणा से बन रहे काशी विश्वनाथ कॉरिडर की ही तरह @myogiadityanath जी की सरकार द्वारा बनाये जा रहे माँ विंध्यवासिनी कॉरिडोर का शिलान्यास होगा।
— Amit Shah (@AmitShah) July 31, 2021
इससे यह शक्तिपीठ आध्यात्मिक पर्यटन का एक प्रमुख केंद्र बनेगा।
अन्य कई परियोजनाओं का लोकार्पण व शिलान्यास भी होगा। https://t.co/HUXQHN1rZk
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର ପ୍ରଦେଶ ଗସ୍ତରେ ଏକାଧିକ ପ୍ରକଳ୍ପକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବ । ସରକାର ଚାହୁଁଛନ୍ତି ଯେ, ଲୋକଙ୍କ ନିକଟରେ ସର୍ବାଧିକ ଯୋଜନା ପହଂଚୁ । ଶାହା ଆଜି ଲକ୍ଷ୍ନୌ ଉତ୍ତର ପ୍ରଦେଶ ଷ୍ଟେଟ ଇଷ୍ଟିଚ୍ୟୁଟ ଅଫ ଫରେନସିକ ସାଇସେସ ୟୁନିଭରସିଟି ପାଇଁ ଶିଳାନ୍ୟାସ କରିବେ । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଶାହା ଲଖନଉ ବିମାନବନ୍ଦରରେ ପହଂଚିବେ । ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଅପରାହ୍ନ ୧ଟା ୩୫ରେ ପିପରସଣ୍ଡରୁ ହେଲିକପ୍ଟର ମାଧ୍ୟମରେ ମିର୍ଜାପୁର ଯିବେ । ଅପରାହ୍ନ ୨ଟା ୪୦ରେ ସେ ମିର୍ଜାପୁର ପହଂଚି ୩ଟାରେ ବିନ୍ଧ୍ୟବାସିନୀ ମନ୍ଦିର ଯିବେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମା’ ବିନ୍ଧ୍ୟବାସିନୀ କରିଡ଼ର ପାଇଁ ଶିଳାନ୍ୟାସ କରିବେ । ଏଥି ସହିତ ରୋପୱେ ସମେତ ଅନେକ ଯୋଜନାର ଲୋକାର୍ପଣ କରିବେ । ସେ ଅପରାହ୍ନ ୪ଟା ୪୦ରେ ବାରାଣସୀରେ ପହଂଚିବେ । ସନ୍ଧ୍ୟା ୫ଟା ୨୫ରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବେ । ଅମିତ ଶାହା ୬ଟା ୨୦ରେ ବାବତପୁର ବିମାନବନ୍ଦରରୁ ଦିଲ୍ଲୀ ଫେରିବେ ।