ରାଜ୍ୟରେ ୩ୟ ଲହରର ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍ଲକ୍ ନିଷ୍ପତ୍ତି : ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ ଆଶିଂକ ଲକ୍ଡାଉନ୍ ଜାରି ରହିଛି । ତେବେ ଏହି ଲକ୍ଡାଉନ୍ ଅବଧି ଶେଷ ହୋଇ ଆସୁଛି । ଫଳରେ ଏବେଠୁ ଲୋକଙ୍କ ମନରେ ଅଗଷ୍ଟ ଗାଇଡଲାଇନ୍ କଣ ହେବ । ପୁଣି ଲକ୍ଡାଉନ୍ ଫେରିବ ନା ଆରମ୍ଭ ହେବ ଅନଲକ୍ ପର୍ଯ୍ୟାୟ ତାକୁ ନେଇ ଅନେକ ପ୍ରଶ୍ନ ରହିଛି । ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ୨ୟ ଲହର ସଂକ୍ରମଣ ହାର କମିବାରେ ଲାଗିଛି । ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ । ସେହିପରି କେବେ ଆସିବ ଓ ତାହାର କ’ଣ ପ୍ରଭାବ ରହିବ ସେ ନେଇ ଵିଶେଷ ସୂଚନା ନାହିଁ । ଏହି ସପ୍ତାହର ରାଜ୍ୟର ସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତି ନେବେ ଆଗକୁ କେଉଁ ପର୍ଯ୍ୟାୟ ଜାରି ରହିବ ।
ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହୁଛି । ତାହା ୧୬ଶହରୁ ୨ହଜାର ଭିତରେ, ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଯାଇଛି । ତେବେ କିଛି ଜିଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମଗୁଡ଼ିକ ଦର୍ଶାଉଛି ପାଣ୍ଡେମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ପାଣ୍ଡେମିକ ଶେଷ ହେବା ପରେ ଡେଥ ସଂଖ୍ୟାର ହିସାବ ଦିଆଯାଇଥାଏ । ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପଦ୍ଧତିକୁ ଆପଣେଇଛନ୍ତି। ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡଲାଇନକୁ ଦେଖି ଅନଲକ ସମ୍ପର୍କରେ ନିଷ୍ପତ୍ତି ନେବୁ।