ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୯ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୯୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲାରୁ ୧୦ଜଣ ରହିଛନ୍ତି । ବରଗଡ଼ ଜିଲାରୁ ୭ଜଣ ରହିଥିବା ବେଳେ ଅନୁଗୁଳ ଜିଲାରୁ ୬ଜଣ ରହିଛନ୍ତି । କେନ୍ଦୁଝର ଜିଲାରୁ ୫ଜଣ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲାରୁ ୪ଜଣ ରହିଛନ୍ତି । ବାଲେଶ୍ୱର ଜିଲାରୁ ୩ଜଣ ରହିଥିବା ବେଳେ ଭଦ୍ରକ, ବୌଦ୍ଧ, ଗଞ୍ଜାମ, ନୟାଗଡ଼, ପୁରୀ, ଜିଲାରୁ ୨ଜଣ ରହିଛନ୍ତି । ସେହିପରି ସୋନପୁର, କୋରାପୁଟ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୨୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୫୯,୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୩୫,୦୦୭ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୬୮୫ ଜଣ ସକ୍ରିୟ ମାମଲା ରହିଛି । ସେହିପାରି କରୋନାରେ ୫,୨୪୧ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।