ଆମ ରୋଷେଇ- “ମୋତି ପଲାଉ”
ସାମଗ୍ରୀ :
ବାସୁମତି ଅରୁଆ ଚାଉଳ-୨୫୦ ଗ୍ରାମ, ପନିର-୧୦୦ ଗ୍ରାମ, ପିଆଜ-୨ଟା(ବଡ଼), ଗୋଟା ଗରମ ମସଲା (ଡ଼ାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ), ତେଜପତ୍ର-୨ଟା, କାଜୁ-୫ଗ୍ରାମ, କିସ୍ମିସ-୫ଗ୍ରାମ, ପୋଦିନାପତ୍ର-ଅଳ୍ପକିଛି, ଜାଇତ୍ରି-୫ଗ୍ରାମ, ଜାଇଫଳ-୫ଗ୍ରାମ, ହଳଦୀ ଗୁଣ୍ଡ- ୧/୨ ଚାମଚ(ଛୋଟ), ରିଫାଇନ ତେଲ-୨ଚାମଚ (ବଡ଼), ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ :
ଚାଉଳକୁ ପରିଷ୍କାର କରି ଧୋଇ ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଚାରିକୋଣିଆ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କାଟି ରଖିଥିବା ପିଆଜକୁ ଅଧା ନେଇ ତେଲରେ ଭାଜି ରଖନ୍ତୁ । କାଜୁ, କିସ୍ମିସ୍କୁ ମଧ୍ୟ ତେଲରେ ଭାଜି ରଖନ୍ତୁ । ଜାଇତ୍ରି, ଜାଇଫଳ ଏବଂ ଲବଙ୍ଗକୁ ଏକାଠି ମିଶାଇ ଗୁଣ୍ଡକରି ରଖନ୍ତୁ । ଗୋଟିଏ ପାତ୍ର କିମ୍ବା ପ୍ରେସର କୁକ୍କରକୁ ଚୁଲିରେ ବସାଇ ତେଲ ଓ ଘିଅ ମିଶାଇ ପକାନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ଗୋଟା ଗରମ ମସଲା ଓ ତେଜପତ୍ର ପକାନ୍ତୁ । ବର୍ତ୍ତମାନ କଟା ପିଆଜ ପକାଇ ଅଳ୍ପ ସମୟ ଭାଜନ୍ତୁ । ପିଆଜ ଭାଜି ହୋଇ ଆସିଲେ ଚାଉଳ ପକାଇ ଭଲଭାବରେ ଗୋଳାନ୍ତୁ । ବର୍ତ୍ତମାନ ଏଥିରେ ହଳଦୀଗୁଣ୍ଡ ଓ ଭାଜି ରଖିଥିବା ପନିର ପକାଇ କିଛି ସମୟ ଭାଜନ୍ତୁ । କଟା ପୋଦିନା ପତ୍ର ପକାଇ ଭଲଭାବରେ ଗୋଳାଇ ଚାଉଳର ଦୁଇ ଗୁଣା ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଢାଙ୍କୁଣି ଘୋଡ଼ାଇ ଧିମି ଆଞ୍ଚରେ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଭାତ ହୋଇଗଲେ ପୂର୍ବରୁ ଗୁଣ୍ଡ କରି ରଖିଥିବା ଜାଇତ୍ରି ଓ ଜାଇଫଳ ପକାଇ ଗୋଳାଇ ଚୁଲିରୁ ଓହ୍ଲାନ୍ତୁ ।
ଆମ ରୋଷେଇ- “ମୋତି ପଲାଉ”
୧) ଭଲ ୨)ବହୁତ ଭଲ