ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
- ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଶନିବାର ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ହେବାର କାର୍ଯ୍ୟକ୍ରମ ରହିଛି । ନବୀନ ନିବାସରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।
ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବ, ପୂର୍ତ୍ତ, ସ୍ୱାସ୍ଥ୍ୟ, ଆଇନ ଏବଂ ରାଜ୍ୟ ବିଭାଗର ପ୍ରସ୍ତାବ ଗୁଡିକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିବ ବୋଲି କୁହାଯାଉଛି । ସେହିପରି ପଞ୍ଚାୟତିରାଜ ବିଭାଗର ୨ଟି ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡ଼ିଛି ଯେଉଁ ମନ୍ତ୍ରୀମାନେ ବାହାରେ ଥିବେ ସେମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗଦେବା ନେଇ ଖବର ରହିଛି ।