କନ୍ଧମାଳ ଜିଲ୍ଲା ସୀମାନ୍ତରେ ମାଓବାଦୀ-ଯବାନ ମୁହାଁମୁହିଁ, ଦୁଇ ଆହତ ଯବାନ ଏମ୍ସରେ ଭର୍ତି
- ଗସ୍ତ ବାତିଲ୍ କରି ଏୟାରଲିଫ୍ଟ କରି ଆଣିଲେ ଡିଜିପି
ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳର ଉମା ଜଙ୍ଗଲରେ କୁମ୍ବିଙ୍ଗ ବେଳେ ମାଓବାଦୀ ଓ ଜବାନ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗୁଳି ବିନିମୟ ରେ ଦୁଇଜଣ ଜବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ବୌଦ୍ଧ ଜିଲ୍ଲା କଂଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ଦିଆଯାଇଛି । ଏହାପରେ ସେମାନଙ୍କୁ ହେଲିକେପ୍ଟରରେ ଏୟାର ଲିଫ୍ଟ କରା ଯାଇ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରା ଯାଉଛି । ସେମାନଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତର୍ି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ବର୍ତର୍ମାନ ସୁଦ୍ଧା ଉମା ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଜୋରଦାର ଭାବରେ କରାଯାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ମାଓବାଦୀ ମାନଙ୍କ ଗତିବିଧି ଥିବା ନେଇ ସୂଚନା ମିଳିବା ପରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିଦ୍ଦେର୍ଶ କ୍ରମେ ଏସ. ଓ. ଜି ଏବଂ ଡିଭିଏଫ ଜବାନଙ୍କ ମିଳିତ ଭାବେ କମ୍ବିଂ ଅପରେଶନ ଜାରି କରାଯାଇଥିଲା । ଏହି ଅବସରରେ ଘଟଣା ସ୍ଥଳରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା ।
କନ୍ଧମାଳ ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିମାଡ ଫଳରେ ଏସ୍ଓଜିର ଦୁଇଜଣ କମାଣ୍ଡୋ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟିଂର ଆବଶ୍ୟକତା ଥିବା ବେଳେ ରାଜ୍ୟ ପୋଲିସ୍ ଡିଜି ଶ୍ରୀ ଅଭୟ ନିଜ ଗସ୍ତ ବାତିଲ କରି ସେମାନଙ୍କୁ ଭୁବନେଶ୍ୱର ପହଂଚାଇଥିଲେ । ସେମାନଙ୍କୁ ଭୁବନେଶ୍ୱର ଏମସ୍ ରେ ଭର୍ତି କରାଯାଇଥିବା ବେଳେ ବର୍ତମାନ ଉଭୟ ଯବାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କନ୍ଧମାଳ ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନରେ ଯାଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ ଲାଲବାହିନୀ । ଗୁଳିବାଜି ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଏ ଦୁଇ କମାଣ୍ଡୋ । ସିଆରପିଏଫ ଯବାବନ୍ ମାନେ ତୁରନ୍ତ ଉଭୟଙ୍କୁ ସୀମାରେ ଥିବା ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ । ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା । ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଂଚିଥିଲେ । ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ । ଆହତ ଏସ୍ଓଜି ଯବାନଙ୍କ ଭିତରୁ ଜଣଙ୍କ ଛାତିରେ ଗୁଳି ବାଜିଥିଲା ବେଳେ ଅନ୍ୟ ଜଣଙ୍କ ହାତରେ ଗୁଳିବାଜିଛି । ଦୁଇ ଜଣଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଛି । ଅପରେସନରେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କିଛି ଆହତ ହୋଇଥିବା ପୋଲିସ କହିଛି । ଆଇଜି ଅପରେସନଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ ଅଂଚଳରେ ମାଓବାଦୀଙ୍କ କେକେବିଏନ୍ ଓ ବିବିଏନ୍ ଡିଭିଜନ୍ ସକ୍ରିୟ ଥିବାରୁ ଆଗକୁ ଅପରେସନକୁ ଆହୁରି ଜୋରଦାର କରାଯିବ ।