ଭାରସାମ୍ୟ ହରାଇ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର
ଗଜପତି : ଗଜପତି ଜିଲା ଅଡବା ଥାନା ନଳାଘାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଲା ଥଣ୍ଡା ପାନୀୟ ବୋଝେଇ ଟ୍ରକ। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବିରୀକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଶନିବାର ସକାଳେ ଟ୍ରକ୍ଟି ଥଣ୍ଡା ପାନୀୟ ବୋଝେଇ କରି ଖୋର୍ଦ୍ଧାରୁ ରାୟଗଡ଼ା ଜିଲ୍ଲା ଟିକିରି ଅଭିମୁଖେ ଯାଉଥିଲା। ଏହି ସମୟରେ ନଳାଘାଟ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଡ୍ରାଇଭର କ୍ୟାବିନ ଭିତରେ ଚାପି ହୋଇ ଯାଇଥିଲେ। ପୁଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।