ବାଲେଶ୍ୱର : କୃଷକ ଆନ୍ଦୋଳନକୁ ସମର୍ଥନ କରି ମଶାଲ ଶୋଭାଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଶନିବାର ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଓ କୃଷକ ଆନ୍ଦୋଳନକୁ ସମର୍ଥନ କରି ଏକ ମଶାଲ ଶୋଭାଯାତ୍ରା ପୋଲିସ ଲାଇନ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଷ୍ଟେସନ ଛକ ସ୍ଥିତ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ôଚ ସମାପ୍ତ ହୋଇଥିଲା ।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନଗତ ଭାବେ ସ୍ଥିର କରିବାକୁ କୃଷକମାନଙ୍କର ବହୁ ଦିନର ଦାବିକୁ ଭଣ୍ଡୁର କରିବା ପାଇଁ ମୋଦି ସରକାର କୃଷକଙ୍କ ଉପରେ ଗୁଳି କରିବା ପାଇଁ ପଛାଉ ନାହାନ୍ତି । କୃଷକମାନଙ୍କର ମୁଖ୍ୟ ଦାବି ଶୀତଳ ଭଣ୍ଡାର, ସର୍ବନିମ୍ନ ସହାୟକ ମୂଲ୍ୟ, ଜଳସେଚନର ବ୍ୟବସ୍ଥା, ଇନପୁଟ ସବ୍ସିଡ଼ି ଆଦିକୁ ସରକାର ଭ୍ରୁକ୍ଷେପ ନକରି ଚାଷୀ ମାଗୁ ନଥିବା କାଳିଆ ଯୋଜନାରେ ନବୀନ ସରକାର ୫୦୦୦ ଟଙ୍କା କହି ୨୦୦୦ ଟଙ୍କା ଦେବା ସେହିଭଳି ମୋଦି ସରକାର ମଧ୍ୟ ୨୦୦୦ ଟଙ୍କା ଦେବା କୃଷକଙ୍କ ପ୍ରତି ଉପହାସ ସଦୃଶ । ଏହି ସବୁ କାରଣ ପାଇଁ କୃଷକ ବିରୋଧୀ ନବୀନ ଓ ମୋଦିଙ୍କ ବିରୁଦ୍ଧରେ ଶତାଧିକ କଂଗ୍ରେସ କର୍ମୀ ଏହି ମଶାଲ ଶୋଭା ଯାତ୍ରାରେ ଭାଗ ନେଇଥିଲେ । ଏହି ମଶାଲ ଶୋଭାଯାତ୍ରାରେ ବିଶେଷ ଭାବେ ଗୋପୀନାଥ ପାଢ଼ୀ, ସୁଧାଂଶୁ ଜେନା, ଜ୍ୟୋତ୍ସ୍ନା ସେନାପତି, ଜୟନ୍ତ ମହାପାତ୍ର, ବିକାଶ ଦାସ, ରଞ୍ଜନ ଦାସ, ଗୌତମ ସାହୁ, ସରୋଜ ଲେଙ୍କା, ଅଜଗର ଅଲ୍ଲୀ, ନବପ୍ରସାଦ ଭୁୟାଁ, କୁମୁଦୁନି ଦାସ, ବିନିତା ବାରିକ, ବିଦ୍ୟାଧର ମୋହାନ୍ତି, କନେଇ ବେହେରା, ପ୍ରଫୁଲ୍ଲ ରାଉଳ, ଆରତୀ ଜେନା, ତୁଷାର ତପସ୍ୱୀ, ସୁରେଶ ଜେନା, ଜୀବନ ମହାପାତ୍ର, ସୌରବ ବେହେରା, ଶ୍ରୀକାନ୍ତ ବୁଗୁଡ଼େଇ, ରାଜୀବ ମହାପାତ୍ର, ପରିତୋଷ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।