ଟୋକିଓରେ ତ୍ରିରଙ୍ଗା ଧରିବେ ମ୍ୟାରୀକମ୍ ଓ ମନପ୍ରୀତ
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହରେ ୬ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍ସି ମେରିକମ୍ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଭାରତର ପତାକା ଧରିବେ ବୋଲି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ ଘୋଷଣା କରିଛନ୍ତି । ଏହା ସହିତ ଅଗଷ୍ଟରେ ୮ରେ ଟୋକିଓ ଗେମ୍ସର ଉଦ୍ଯାପନୀ ସମାରୋହରେ ରେସଲର ବଜରଙ୍ଗ ପୁନିଆ ପତାକା ଧରିବେ ବୋଳି ଭାରତୀୟ ଅଲିମ୍ପିକସ ଆସୋସିଏସନ୍ ପ୍ରକାଶ କରିଛି । ଜୁଲାଇ ୨୩ରେ ଉଦ୍ଘାଟନୀ ସମାରୋହ ପାଇଁ ଟୋକିଓ ୨୦୨୦ର ଭାରତୀୟ ପତାକାଧାରୀ ହେଉଛନ୍ତି ମେରିକମ୍ ଏବଂ ମନପ୍ରୀତି ସିଂହ । ଆଇଓଏ ସଭାପତି ନରିନ୍ଦର ବାର୍ତା ଏକ ସରକାରୀ ଚିଠିରେ ଲେଖଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଅଗଷ୍ଟେ ବନ୍ଦ ସମାରୋହରେ ଭାରତୀୟ କଂଟିଜେଂଟ ପାଇଁ ପତାକା ଉତୋଳନକାରୀ ବଜରଙ୍ଗ ପୁନିଆ ହେବେ । ବାତ୍ରା ଏଡା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଅଲିମ୍ପିକ୍ସ ପାଇଁ ଭାରତୀୟ ସମୁଦାୟକ ପ୍ରାୟ ୧୨୬ ଆଥଲେଟ୍ ଏବଂ ୭୫ଜଣ ଅଧିକାରୀ ଯିବେ ଏବଂ ଫଳସ୍ୱରୂପ ମୋଟ କଂଟିଜେଂଟ ପ୍ରାୟ ୨୦୧ ହେବ । ଏହି ଇଭେଂଟଖରେ ୫୬ ପ୍ରତିଶତ ପୁରୁଷ ଏବଂ ୪୪ପ୍ରତିଶତ ମହିଳା ଅଛନ୍ତି । ଏଥିରେ ୭୬କୋଟା ସ୍ଥାନ ରହିଛି ଏବଂ ପ୍ରାୟ ୮୫ ପଦକ ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗତବର୍ଷ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କୋଭିଡ୍୧୯ ମହମ।।ରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ଭାରତର ଅଭିଜ୍ଞ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଓ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକର ଉଦଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ । ଏ ନେଇ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏଡ) ଘୋଷଣା କରିଛି । ସେହିପରି କ୍ରୀଡାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ । ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଏହା ପରେ ଆଇଓସି ଏହି କ୍ରୀଡା ମହାକୁମ୍ଭକୁ ବର୍ଷକ ପାଇଁ ସ୍ଥଗିତ କରିଦେଇଥିଲା । ଏବେ ଏହି କ୍ରୀଡା ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଥମଥର ଅଲିମ୍ପିକରେ ଦୁଇଜଣ ଅର୍ଥାତ୍ ଜଣେ ମହିଳା ଓ ଜଣେ ପୁରୁଷ ଧ୍ୱଜାବାହକ ହେବେ । ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ରିଓ ଅଲିମ୍ପିକ୍ ଗେମ୍ସରେ ସୁଟର ଅଭିନବ ବିନ୍ଦ୍ରା ଭାରତର ଧ୍ୱଜାବାହକ ଥିଲେ । ୨୦୦୮ରେ ବିନ୍ଦ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଭାରତର ଏକମାତ୍ର ଖେଳାଳି, ଯିଏ ଅଲିମ୍ପିକ୍ ଗେମ୍ସର ସିଙ୍ଗଲ୍ସ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬ଥରର ବିଶ୍ୱ ଚାମ୍ପିୟନ୍ ମ୍ୟାରୀ କମ୍ ଗତବର୍ଷ ମାର୍ଚ୍ଚ ମାସରେ ଏସିଆନ୍ କ୍ୱାଲିଫାୟର୍ ଜିତି ଟୋକିଓ ଟିକେଟ୍ କାଟିଥିଲେ । ଟୋକିଓ ଗେମ୍ସ ୩୮ ବର୍ଷୀୟ ମ୍ୟାରୀ କମଙ୍କର ଶେଷ ଅଲିମ୍ପିକ୍ ହେବ । ମ୍ୟାରୀ କମ୍ ୨୦୧୨ ଲଣ୍ଡନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଟୋକିଓରେ ଭାରତର ଅନ୍ୟତମ ଧ୍ୱଜାବାହକ ମନପ୍ରୀତ ତୃତୀୟଥର ଅଲିମ୍ପିକରେ ପ୍ରତିନିଧିତ୍ୱ କରିବେ । ସେ ୨୦୧୭ରେ ଭାରତୀୟ ହକି ଦଳର ନେତୃତ୍ୱ ବହନ କରିଥିଲେ । ଯାହା ପରେ ଭାରତ ୨୦୧୭ରେ ଏସିଆ କପ୍, ୨୦୧୮ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୯ରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଜିତିଥିଲା । ତାଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ଭୁବନେଶ୍ୱରେ ଆୟୋଜିତ ହକି ବିଶ୍ୱକପ୍ କ୍ୱାର୍ଟର୍ ଫାଇନାଲରେ ପହଂଚିଥିଲା । ଟୋକିଓ ଅଲିମ୍ପିକର ଉଦଯାପନୀ ଦିବସରେ ଭାରତର ଧ୍ୱଜାବାହକ ହୋଇଥିବା ବଜରଙ୍ଗ ୨୦୧୮ ଓ ୨୦୧୯ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ । ଯାହା ତାଙ୍କୁ ଅଲିମ୍ପିକକୁ କ୍ୱାଲିଫାଏ କରିବାରେ ସହାୟକ ହୋଇଥିଲା । ୨୭ ବର୍ଷୀୟ ଏହି ରେସଲର୍ ଦୁଇଥର ଏସିଆନ୍ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୮ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଟୋକିଓ ଅଲିମ୍ପିକରେ ବଜରଙ୍ଗଙ୍କୁ ଭାରତର ଅନ୍ୟତମ ପଦକ ଦାବିଦାର କୁହାଯାଉଛି । ଭାରତରୁ ମୋଟ ୨୦୧ ଜଣ ସଦସ୍ୟ ଟୋକିଓ ଯାତ୍ରା କରିବେ । ସେଥିମଧ୍ୟରୁ ୧୨୬ ଜଣ ଆଥଲେଟ୍ ଓ ୭୫ ଆଥଲେଟ୍ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିବେ ।