ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର, ଡେଙ୍ଗୁରେ ଥିଲେ ଆକ୍ରାନ୍ତ
ଭୁବନେଶ୍ଵର: ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ଏନେଇ ତାଙ୍କ ଭାଇ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୭ଟା ୨୨ରେ ତାଙ୍କର ପରଲୋକ ଘଟିଛି ।
୮୮ ବର୍ଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ୧୯୫୯ ବ୍ୟାଚ୍ର ଆଇପିଏସ୍ ଥିଲେ। ଚାକିରିରୁ ଅବସର ନେବା ପରେ ସେ ପଢିବା, ଲେଖିବା ଏବଂ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇଥିଲେ। ସେ ଦୀର୍ଘ ଦିନ ଧରି ରଅ ପାଇଁ କାମ କରିଥିଲେ ।