ପ୍ରଥମ ଥର ପାଇଁ ଯୌନସମ୍ବନ୍ଧ ରଖୁଛନ୍ତି କି? ତେବେ ମନେ ରଖନ୍ତୁ ଏହି ୧୦ଟି କଥା, ନଚେତ୍…
ସମ୍ଭୋଗ ବା ସେକ୍ସ ହେଉଛି ଯୌନ ସମ୍ପର୍କ ଯାହାକି ପ୍ରତ୍ୟେକ ଜୀବଙ୍କର ପ୍ରକୃତି । ସମସ୍ତେ ଯୌନ ସମ୍ପର୍କ ରଖନ୍ତି, ସେ ପୁରୁଷ ହେଉ କି ମହିଳା। କିନ୍ତୁ ଯଦି କେହି ନିଜ ଜୀବନରେ ପ୍ରଥମଥର ଯୌନ ସମ୍ପର୍କ ରଖିବାକୁ ଚାହୁଁଛନ୍ତି,ତେବେ ଅନେକ କଥା ଉପରେ ନଜର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେକ୍ସ ଏପରି ଏକ ଅନୁଭବ ଯାହାକି ସମ୍ଭୋଗ ସମୟରେ କିଛି ଟା ଭୁଲ ମଣିଷ କରିଦେଇଥାଏ ଯାହାଫଳରେ ଜୀବନଯାକ ଏହାକୁ ନେଇ ପସ୍ତେଇବାକୁ ପଡ଼ିଥାଏ। ତେବେ ଏହି ଆର୍ଟିକିଲରେ ଆପଣ ଜାଣିବାକୁ ପାଇବେ ଯେ ପ୍ରଥମ ଥର ସମ୍ଭୋଗ ପୂର୍ବରୁ କଣ କରିବା ଉଚିତ୍ ଓ ପରେ କଣ କରିବା ଉଚିତ୍ ।
ସମ୍ଭୋଗ ପୂର୍ବରୁ କଣ କରିବେ…
ପୁରୁଷ ହୁଅନ୍ତୁ ବା ମହିଳା ସେକ୍ସ କରିବା ପୂର୍ବରୁ ଉଭୟେ ନିଜ ନିଜର ଯୌନାଙ୍କ ଭଲ ଭାବେ ପରିସ୍କାର କରିଦେବା ଉଚିତ୍। କାରଣ ସମ୍ଭୋଗ ସମୟରେ ବାହାରୁଥିବା ଝାଳ ସହ ବ୍ୟାକ୍ଟେରିଆ ଇନଫେକସନର ମୁଖ୍ୟ କାରଣ ହୋଇପାରନ୍ତି । ତେଣୁ କରି ଏହା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍।
ଯଦି ଆପଣ ସେକ୍ସ ସମୟରେ ଚୁମ୍ବନ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ଯୌନ ସମ୍ପର୍କ ରଖିବା ପୂର୍ବରୁ ଦାନ୍ତ ଘଷନ୍ତୁ ଯାହା ଦ୍ୱାରା ନିଜକୁ ଫ୍ରେସ ଫିଲ୍ ହେବାସହ ଆପଣ ନିଜର ପାର୍ଟନରଙ୍କୁ ମଧ୍ୟ ଏହି ଚୁମ୍ବନକୁ ଉପଭୋଗ କରିବାକୁ ସମର୍ଥ ହେବେ ।
ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ପରିସ୍ରା କରିବାକୁ ଭୁଲନ୍ତୁ ନାହିଁ । ଅନେକ ଥର ପରିସ୍ରା ହେତୁ ଆମ ଯୌନାଙ୍ଗରେ ସଂକ୍ରମଣ ହୁଏ, ଯାହା ଆମ ପାଇଁ ଭଲ ନୁହେଁ ।
ଯୌନ ସମ୍ପର୍କ ରଖିବା ପୂର୍ବରୁ ଏହା ହେଉଛି ଅତ୍ୟନ୍ତ ଜରୁରୀ ସର୍ତ୍ତ ଯାହାକୁ ଆପଣ ଅନୁସରଣ କରିବା ଜରୁରୀ। ଏଚ.ଆଇ.ଭି. ଟେଷ୍ଟ ନିଶ୍ଚିତ ଭାବେ କରନ୍ତୁ । ନଚେତ୍ ସୁରକ୍ଷିତ ଯୌନ ସମ୍ବନ୍ଧ ପାଇଁ କଣ୍ଡୋମ ବ୍ୟବହାର କରନ୍ତୁ।
ଶାରୀରିକ ସମ୍ପର୍କ ପରେ ସ୍ୱଚ୍ଛତା :
ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ଯୌନ ସମ୍ପର୍କ ସ୍ଥାପନା ପରେ ଆପଣ ଯୌନାଙ୍ଗକୁ ଭଲଭାବେ ପରିସ୍କାର କରନ୍ତୁ। ଯାହା ଫଳରେ ସଂକ୍ରମଣ ରୁ ରକ୍ଷା ପାଇବେ। ଖାସ୍ କରି ମହିଳା ମାନେ ସେକ୍ସ କରିବା ପରେ ପରିସ୍ରା ନିଶ୍ଚିତ ଭାବେ ଯାଆନ୍ତୁ। ନଚେତ୍ ଏଥିରେ ମଧ୍ୟ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ। ଯୌନ ସମ୍ପର୍କ ରଖିବା ପରେ ବ୍ରଶ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚୁମ୍ବନ ସମୟରେ ଅନେକ ଜୀବାଣୁ ପାଟିରେ ପ୍ରବେଶ କରନ୍ତି, ଯାହା ସଂକ୍ରମଣର ଆଶଙ୍କା ବଢାଇଥାଏ ଏବଂ ଅନେକ ରୋଗ ମଧ୍ୟ କରିଥାଏ। ଶାରୀରିକ ସମ୍ପର୍କ ରଖିବା ପରେ ଗାଧୋଇବା ଅତ୍ୟନ୍ତ ଜରୁରୀ କାରଣ ଏହା ଶରୀରରେ ଥିବା ଜୀବାଣୁ ଧୋଇଦିଏ ଏବଂ ଅତ୍ୟନ୍ତ ଆନନ୍ଦଦାୟକ ନିଦ ମଧ୍ୟ ଦେଇଥାଏ। ସେହିପରି ଯୌନ ସମ୍ପର୍କ ରଖିବା ପରେ ସୂତା କପଡା ପିନ୍ଧିବା ସହ ଅନ୍ତଃବସ୍ତ୍ର ସହ ବେଡସିଟ୍ ମଧ୍ୟ ଚେଞ୍ଜ କରନ୍ତୁ।