ବାଲେଶ୍ୱର : ‘ଚନ୍ଦ୍ରଯାନ-୩’ର ସଫଳତା କାମନା କରି ୧୦୮ ଦୀପଦାନ
ବାଲେଶ୍ୱର : ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ କରାଯାଇଥିବା ‘ଚନ୍ଦ୍ରଯାନ-୩ ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କରିବାକୁ ଥିବା ବେଳେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଏହାର ସଫଳତା କାମନା କରି ମଙ୍ଗଳବାର ସନ୍ଧ୍ୟାରେ ନୂଆବଜାର ସ୍ଥିତ ଝାଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୦୮ ଦୀପ ଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲା ଯୁବ କଂଗ୍ରେସ ଉପ-ସଭାପତି ଭବାନୀ ମହାଳିକ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ସଦର ଯୁବ କଂଗ୍ରେସ ସଭାପତି ଜୀବନ ମହାପାତ୍ର, ନବପ୍ରସାଦ ଭୂୟାଁ, ସୌରଭ ବେହେରା, ଚନ୍ଦନ ପ୍ରଧାନ, ପ୍ରଶାନ୍ତ ମହାଳିକ, ମନୋଜ ପଟ୍ଟନାୟକ, ରିଣ୍ଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।