ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ “ବନ ମହୋତ୍ସବ” ପାଳିତ
ବାଲେଶ୍ୱର : ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ହଳଦୀପଦା ସ୍ଥିତ ଜନାର୍ଦ୍ଦନ ୟୁପି ବିଦ୍ୟାଳୟ ପରିସରରେ “ବନ ମହୋତ୍ସବ” ପାଳିତ ହେଇଯାଇଛି । ଏଥିରେ କ୍ଲବର ଅଧ୍ୟକ୍ଷ ସପନ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବସ୍ତା ଏସ୍ଡିପିଓ ମାନସ କୁମାର ଦେଓ ଯୋଗ ଦେଇ ଚାରା ରୋପଣ ଆରମ୍ଭ କରିଥିଲେ । ବୃକ୍ଷର ଆବଶ୍ୟତା ବିଷୟରେ ସମସ୍ତଙ୍କୁ ଅବଗତ କରେଇବା ସହ ଏହି ମହତ କାର୍ଯ୍ୟ ପାଇଁ କ୍ଲବ ଏବଂ ସହଯୋଗ କରିଥିବା ହେତୁ ସ୍କୁଲକୁ ଧନ୍ୟବାଦ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୨୦୦ ରୁ ଅଧିକ ଫଳ ଚାରା ଲଗାଯାଇଥିଲା ।
କାର୍ଯ୍ୟକ୍ରମରେ କ୍ଲବର ସଭାପତି ଜୟନ୍ତ ରଣା ଓ ସମ୍ପାଦକ ଗୌରହରି ମଲ୍ଲିକଙ୍କ ସମେତ ସ୍କୁଲର ଶିକ୍ଷୟତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରୀ ଯୋଗ ଦେଇଥିଲେ । ଲଷ୍ମୀକାନ୍ତ ସ୍ୱାଇଁ, ସୁଦର୍ଶନ ଦାସ, ମନୋରଞ୍ଜନ ରାଉତ, ତାପସ ପ୍ରଧାନ, ଦେବାଶିଷ ମିଶ୍ର, ଅବିନାଶ ପାଣିଗ୍ରାହୀ, ସତ୍ୟମ ମିଶ୍ର ଏବଂ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।