ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଅଧୀନରେ ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ବ୍ରିଟିଶ ହଲ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ଚାରା ରୋପଣ ଓ ଜିଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ‘ଧରିତ୍ରୀ’ର ଉପ-ବାର୍ତ୍ତା ସଂପାଦକ ଲାଲା ସୁନିଲ କୁମାର ରଥ ଯୋଗ ଦେଇ କୁରୁଡ଼ା ସ୍ଥିତ ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ଅଫିସର ସୁବେଦାର ବିଜୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ଡ. ସନ୍ତୋଷ କୁମାର ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ‘ଧରିତ୍ରୀ’ର ଜିଲା ପ୍ରତିନିଧ ମାନସ ବିଶ୍ୱାଳ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ । ଏନ୍ଏସ୍ଏସ୍ ଅଫିସର ବିନୀତ କୁମାର ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଓ ସହକାରୀ ଏନ୍ଏସ୍ଏସ୍ ଅଫିସର ପ୍ରଦୀପ କୁମାର ଗାଙ୍ଗାଇ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।