ଆଇପିଏଲ-୨୦୨୩ : କୋଲକାତା ଠାରୁ ୫ ରନ୍ରେ ହାରିଲା ହାଇଦ୍ରାବାଦ
ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୪୭ ତମ ମ୍ୟାଚରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ଠାରୁ ୫ ରନ୍ରେ ହାରିଲା ସନ୍ରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚ୍ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ କରିଥିଲା । ଜବବାରେ ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୬୬ ରନ୍ କରିପାରିଛି।
ହାଇଦ୍ରାବାଦ ପକ୍ଷରୁ ଆଡେନ ମାରକ୍ରମ ସର୍ବାଧିକ ୪୧ ରନ୍ କରିଥିବା ବେଳେ ହେନରିଚ୍ କ୍ଲାସେନ ୩୬ ରନ୍, ଅବଦୁଲ ସମଦା ୨୧ ରନ୍, ରାହୁଲ ତ୍ରିପାଠୀ ୨୦ ଓ ମୟଙ୍କ ଅଗରୱାଲ ମାତ୍ର ୧୮ ରନ୍ କରିଥିଲେ। ସେହିପରି ଅଭିଷେକ ଶର୍ମା ୯, ହେରି ବୁକ୍ ୦, ମାର୍କୋ ଜାନସେନ ୧, ଭୁନେଶ୍ୱର କୁମାର ୫ ଓ ମାୟଙ୍କ ମାର୍କଣ୍ଡେ ୧ ରନ୍ କରି ନଟ୍ଆଉଟ୍ ରହିଥିଲେ।
ଅନ୍ୟପଟେ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା କୋଲକାତା। ସୁନୀଲ ନାରିନଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବୋଲର ୱିକେଟ୍ ନେବାରେ ସଫଳ ହୋଇଥିଲେ। ଦଳ ପକ୍ଷରୁ ବୈଭବ ଅରୋର, ଶାର୍ଦୁଲ ଠାକୁର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା, ଆଣ୍ଡ୍ରେୟ ରସେଲ, ଅନୁକୁଳ ରୟ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଅଭିଜ୍ଞ ବୋଲର ସୁଲୀନ ନାରିନଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା।