ଝାରସୁଗୁଡ଼ା ଉପ-ନିର୍ବାଚନ : ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ
ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦିପାଳୀଙ୍କ ପଣ୍ଡିତଙ୍କ ମତ ଅନୁସାରେ ଶୁଭ ମୁହୂର୍ତ୍ତ ଦିନ ୧୨ଟାରୁ ୧ଟା ୩୦ ମିନିଟ ସମୟ ମଧ୍ୟରେ ଭରିବେ ନାମାଙ୍କନ ପତ୍ର।
ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀମିଶ୍ର, ଶାରଦା ନାଏକ,ବିଧାୟକ ପ୍ରତାପ ଜେନା,ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ।
ସୂଚନା ଯେ, ଗତ ସୋମବାର ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପରେ ଲଢେଇ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ।