ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୱିଟରରେ ଫଲୋ କଲେ ଏଲନ ମସ୍କ, ଲିଷ୍ଟରେ ନାହାନ୍ତି ବାଇଡେନ୍ ଓ ଟ୍ରମ୍ପ
ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପ୍ଲାଟଫର୍ମରେ ଫଲୋ କରିବା ଆରମ୍ଭ କରିଛନ୍ତି । ଟ୍ୱିଟରରେ ମସ୍କଙ୍କୁ ପ୍ରାୟ ୧୩୪.୩ ମିଲିୟନ ଲୋକେ ଫଲୋ କରୁଛନ୍ତି । ଅନ୍ୟପଟେ ମସ୍କ ମାତ୍ର ୧୯୪ ଜଣଙ୍କୁ ଫଲୋ କରୁଛନ୍ତି । ସେ ପିଏମ୍ ମୋଦୀଙ୍କୁ ଏଥିରେ ଫଲୋ କରିଛନ୍ତି । ତେବେ ଏଥିରେ ବଡ଼ କଥା ହେଉଛି ଯେ ମସ୍କ ନିଜ ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫଲୋ କରୁ ନାହାନ୍ତି ।
ସୂଚନା ଯେ, ଏହା ପୂର୍ବରୁ ଏଲନ ମସ୍କ ଟ୍ୱିଟରରେ ସବୁଠୁ ଅଧିକ ଫଲୋ କରାଯାଉଥିବା ବ୍ୟକ୍ତି ହୋଇଥିଲେ । ୧୯୩ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ସହ ଦୁନିଆ ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଚଳିତ ମାସରେ ଦୁନିଆର ସବୁଠୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ହୋଇଥିଲେ । ଫଲୋଅର୍ସ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସେ ପଛରେ ପକାଇଥିଲେ ।