ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ବୈଠକପୁରୁଣା ପେନସନ ଦାବିକୁ ପୂର୍ଣ୍ଣ ସମର୍ଥନ
ବାରିପଦା : ସ୍ଥାନୀୟ ଲାଲବଜାର ସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଜିଲ୍ଲା ସଭାପତି ଆରତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟ, ଉପଦେଷ୍ଟା ଶିବ ପ୍ରସାଦ ମହାପାତ୍ର, ତଥା ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ତଥା କର୍ମକର୍ତା ଉପସ୍ଥିତ ଥିଲେ ଓ ନିକଟ ଭବିଷ୍ୟତରେ ହେବାକୁ ଥିବା ପଦୋନ୍ନତି ଉପରେ ସୁନୀଲ ବୋର୍ଡ, ଛୋଟରାୟ ସୋରେନ ଓ ଅରୁଣ ମିଶ୍ର ଗ୍ରେଡେସନ ତାଲିକାରେ ଥିବା ତ୍ରୁଟି ତଥା କାଉନସେଲିଙ୍ଗରେ ବରିଷ୍ଠତା ଭିତିକ ପଦନ୍ନତି ଉପରେ ଅଗ୍ରାଧିକାର ଦେବାପାଇଁ ମତ ପୋଷଣ କରିଥିଲେ ଓ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଜିଲ୍ଲାର ଜଣେବି ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଯେପରି ପଦୋନ୍ନତିରୁ ବଂଚିତ ନହୁଅନ୍ତି ସେଥିପ୍ରତି ଜିଲ୍ଲା ସଂଗଠନ ସର୍ବଦା ସଜାଗ ରହିଛି ଏବଂ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିବା ସହ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରାଥମିକ ଶିକ୍ଷକ ସଂଗଠନ ନିଜର ପ୍ରୟାସ ଜାରି ରଖିବ ବୋଲି ପ୍ରତିଶୃତି ଦେଇଥିଲେ ଓ ପ୍ରତି ବ୍ଲକର ସଂଗଠନକୁ ମଜବୁତ କରିବା ସହ ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ସେକ୍ସନ ଅଫିସର ଓ ଅତିରିକ୍ତ ସେକ୍ସନ ଅଫିସର ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ନେବା ପାଇଁ ସଭାପତି ଶ୍ରୀ ପରିଡା ମତ ପୋଷଣ କରିଥିଲେ ଓ ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍ଥିତିକୁ ଆଖି ଆଗରେ ରଖି ପ୍ରତ୍ୟେକ ଶିକ୍ଷକ ନିଜ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଉପଦେଷ୍ଟା ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ ଓ ଏହି ଅବସରରେ ନବ ନିର୍ବାଚିତ ଯଶିପୁର ବ୍ଲକ ସଂଗଠନର ସଭାପତି କ୍ଷିତୀଶ ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ଛୋଟରାୟ ସୋରେନ, ବେତନଟୀ ବ୍ଲକସଂଘର ଉପଦେଷ୍ଟା ତଥା ନବ ନିଯୁକ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ ଓ ସମ୍ପାଦକ ସୁନୀଲ ବୋର୍ଡ ତଥା ସ୍ୱତନ୍ତ୍ର ଅତିଥି ବରିଷ୍ଠ ସଂଗଠକ ସୋମନାଥ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଶିକ୍ଷକ ମାନଙ୍କର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ବ୍ଲକ ତଥା ଜିଲ୍ଲା ସଂଗଠନ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ସିଂହ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ଶେଷରେ କୋଷାଧକ୍ଷ ଅଂଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I