?? ମଜାଳିଆ ପ୍ରଶ୍ନତ୍ତୋର ??
➡️ ପ୍ରଶ୍ନ– ୮କୁ ଲେଖ ୮ ଥର ଉତ୍ତର ଆସୁ ୧୦୦୦ !!
ଉ:- ୮୮୮+୮୮+୮+୮+୮=୧୦୦୦
➡️ ପ୍ରଶ୍ନ– କଳା ଘୋଡ଼ା ଧଳା ସବାରି ଜଣେ ଓଲ୍ହେଇଲେ ଆଉ ଜଣେ ଚଢ଼େ।
ଉ:- ତାୱା ଓ ରୁଟି
➡️ପ୍ରଶ୍ନ– ବିମାର ନଥାଏ ମୁଁ ତଥାପି ଖାଇଥାଏ ଗୋଲୀ, ପିଲା ଠାରୁ ବୁଢ଼ା ସମସ୍ତେ ଡରି ଯାଆନ୍ତି ସୁଣିକରି ମୋ କଥା !
ଉ:- ବନ୍ଧୁକ
➡️ପ୍ରଶ୍ନ– ତିଆରି କରିଥିବା ବାଲା ତାକୁ ଉପଯୋଗ କରେ ନାହିଁ ଉପଯୋଗ କଲା ବାଲା ତାକୁ ଦେଖେନାହି ଦେଖିବା ବାଲା ତାକୁ ପସନ୍ଦ କରିନାହିଁ କୁହନ୍ତୁ ସେ କଣ?
ଉ:- କଫନ
➡️ପ୍ରଶ୍ନ– ପଢ଼ିବା ଓ ଲେଖିବାରେ ମୁଁ କାମରେ ଆସିଥାଏ ପେନ ନୁହ କି କାଗଜ ନୁହଁ କୁହନ୍ତୁ ମୁଁ କିଏ।
ଉ:- ଚଷମା
➡️ପ୍ରଶ୍ନ– ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିଲେ ସେ ସରିଯାଏ !
ଉ:- ବିଡି
➡️ପ୍ରଶ୍ନ– ଗୋଟିଏ ଗୁମ୍ଫାର ଦୁଇ ଜଗୁଆଳି ଦୁଇ ଜଣ ଲମ୍ବା ଓ କଳା କୁହନ୍ତୁ କିଏ?
ଉ:- ନିଶ
➡️ପ୍ରଶ୍ନ– ଦୁନିଆ ସାରା ବୁଲେ ମୁଁ ଦିନରେ ମୁଁ ଶୁଏ ନାହିଁ ଅନ୍ଧାରରେ ମୁ ଚାହିଁ ଥାଏ !
ଉ:- ଚାନ୍ଦ ଓ ତାରା
➡️ପ୍ରଶ୍ନ– ନାଲି ଘୋଡ଼ା ରହିଥାଏ କଳା ଘୋଡ଼ା ଦୌଡୁଥାଏ କୁହନ୍ତୁ ମୁଁ କିଏ?
ଉ:- ନିଆଁ ଓ ଧୁଆଁ
➡️ପ୍ରଶ୍ନ– ଗୋଟିଏ ରାଜାଙ୍କ ଅନୁପମ ରାଣୀ ଦୁମ ସହାୟତାରେ ପିଅନ୍ତି ପାଣି କୁହନ୍ତୁ କିଏ?
ଉ:- ଦିଆ
➡️ପ୍ରଶ୍ନ– ଗୋଟିଏ ପିତା ତ ପୁଅକୁ ଗିଫ୍ଟ ଦେଇ କହିଲା ଯେବେ ଭୋକ ଲାଗିବ ତେବେ ଖାଇଦବୁ ଶୋଷ ଲାଗିଲେ ପି ଦବୁ ଥଣ୍ଡା ଲାଗିଲେ ଜଳାଇ ଦେବୁ କୁହନ୍ତୁ କଣ?
ଉ:- ନଡ଼ିଆ
➡️ପ୍ରଶ୍ନ– ମୋତେ କିଣିଲା ବେଳେ ମୁଁ ସମ୍ପୂର୍ଣ କଳା ଜଳେଇଲା ବେଳେ ମୁଁ ଲାଲ ଆଉ ଫୋପଡ଼ିଲା ବେଳେ ମୁଁ ଧଳା – ତେବେ କୁହନ୍ତୁ ମୁଁ କିଏ?
ଉ:- କୋଇଲା
➡️ପ୍ରଶ୍ନ– ଗୋଟିଏ ଫୁଲ କଳା ରଙ୍ଗ ମୁଣ୍ଡ ଉପରେ ସର୍ବଦା ରୁହେ ତୀବ୍ର ଖରାରେ ନାଚେ ଗାଏ କିନ୍ତୁ ଛାଇରେ ହାଲିଆ ହୋଇଯାଏ !
ଉ:- ଛତା
➡️ପ୍ରଶ୍ନ– ଯଦି ନାକ ଉପରେ ଚଢ଼ିଯିବି କାନ ଧରିକି ପଢେଇବି କୁହନ୍ତୁ କଣ?
ଉ:- ଚଷମା
➖➖➖➖➖➖➖➖➖➖➖