ଆଇଇଡି ବିସ୍ଫୋରଣରେ ବିଏସଏଫର ୨ ଯବାନ ଗୁରୁତର
ରାୟପୁର : ଛତିଶଗଡ଼ର ନକ୍ସଲ ପ୍ରଭାବିତ କାଂକେର ଜିଲ୍ଲାର କୋଇଲିବେଡା ଅଂଚଳରେ ଏକ ଆଇଇଡି ବିସ୍ଫୋରଣରେ ବିଏସଏଫର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । କାଂକେର ପୋଲିସ ଅଧିକ୍ଷକ ଶଲଭ କୁମାର ସିହ୍ନା ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ଚିଲପରସ କ୍ୟାମ୍ପ ଠାରୁ ଅଢ଼େଇ କି.ମି. ଦୂର କାଗବରସ ନିକଟରେ ଥିବା ଏକ ନାଳରେ ନକ୍ସଲ ମାନେ ଆଇଇଡି ଖଞ୍ଜି ଥିଲେ । ବିଏସଏଫ ଯବାନ ମାନେ ସେହି ରାସ୍ତା ଦେଇ ଯିବା ସମୟରେ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି ।