ଅଦାନି ପ୍ରସଙ୍ଗରେ ପ୍ରଶ୍ନ ପଚାରି ଚାଲିଥିବ କଂଗ୍ରେସ- ଖଡ଼ଗେ
ନୂଆଦିଲ୍ଲୀ : ଅଦାନି ସମୂହ ଉପରେ ଲାଗିଥିବା ଅଭିଯୋଗ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଥିବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହେବା ବେଳେ କହିଛନ୍ତି ଯେ, ଅଦାନି ସମୂହ ଉପରେ ଯେଉଁ ଅଭିଯୋଗ ଆସିଛି, ତାହା ଅତ୍ୟନ୍ତ ଗମ୍ଭୀର । କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ଗଠନ ପାଇଁ ଦାବି କରି ଆସୁଛି । ଆମେ ଏହାକୁ କାୟମ୍ ରଖିବୁ । ଯଦିଓ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଅଭିଯୋଗ ଆଣି ବିରୋଧୀଙ୍କୁ ଧମକାଇ ଚୁପ୍ କରାଇବାକୁ ଚାହୁଁଛନ୍ତି । କିନ୍ତୁ, ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ ।