ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ୮,୨୧୩ ଜଣ ଡାକ୍ତର : ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଣେ ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି। ଖାଲି ଥିବା ପଦବୀରେ ଓପିଏସସି ଦ୍ଵାରା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।