ରାଜ୍ୟରେ ଆଉ ୨,୯୫୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୯୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୬୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୨୫୯ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୦ ଜଣ ଥିବାବେଳେ ବାଲେଶ୍ୱରରୁ ୨୪୭ଜଣ, ବରଗଡ଼ରୁ ୪୧ଜଣ, ଭଦ୍ରକରୁ ୧୯୨ଜଣ, ବଲାଙ୍ଗୀରରୁ ୩୭ଜଣ, ବୌଦ୍ଧରୁ ୪୭ଜଣ, କଟକରୁ ୨୭୨ଜଣ, ଦେଓଗଡ଼ରୁ ୧୦ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୨୪ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂହପୁରରୁ ୧୦୩ଜଣ, ଯାଜପୁରରୁ ୨୬୦ଜଣ, ଝାରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୫୧ଜଣ, କେନ୍ଦ୍ରାପଡ଼ାରୁ ୧୧୬ଜଣ, କେନ୍ଦୁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୪୦୮ଜଣ, କୋରାପୁଟରୁ ୬୦ଜଣ, ମାଲକାନଗିରିରୁ ୫୬ଜଣ, ମୟୁରଭଞ୍ଜରୁ ୧୩୫ଜଣ, ନବରଙ୍ଗପୁରରୁ ୪୫ଜଣ, ନୟାଗଡ଼ରୁ ୧୧୨ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୨୧୯ଜଣ, ରାୟଗଡ଼ାରୁ ୬୩ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡ଼ରୁ ୫୮ଜଣ ଏବଂ ରାଜ୍ୟ ପୁଲ୍ରୁ ୭୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୮୩,୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୪୪,୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪ହଜାର ୯୬୫ଜଣ ସକ୍ରିୟ ମାମଲା ରହିଛି ।