ବକ୍ସ ଅଫିସ୍ରେ ଫ୍ଲପ୍ ହେଲା ‘ସେଲ୍ଫି’, ୫ ଦିନରେ ଆୟ କଲା ୧୨.୭୦ କୋଟି
ମୁମ୍ଵାଇ : ବକ୍ସ ଅଫିସରେ ଫ୍ଲପ୍ ହେଲା ବଲିଉଡ୍ର ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସେଲ୍ଫି’। ପ୍ରଥମ ଦିନରୁ ସେଲଫି ଖରାପ ପ୍ରଦର୍ଶନ କରିଛି ଏବଂ ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଚଳଚ୍ଚିତ୍ରଟି କୌଣସି ଦର୍ଶକ ମନ କିଣିପାରି ନାହିଁ। ଏଭଳି ପରିସ୍ଥିତିରେ ସେଲଫି ଏହାର ମୂଲ୍ୟର ଅଧା ମଧ୍ୟ ହାସଲ କରିପାରି ନଥିଲା। ଆସନ୍ତୁ ଜାଣିବା ଏଠାରେ ଚଳଚ୍ଚିତ୍ର ରିଲିଜ୍ ହେବାର ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ କେତେ ବ୍ୟବସାୟ କରିଛି ।
ଅକ୍ଷୟ କୁମାର ଏବଂ ରାଜ ମେହେତାଙ୍କ ଯୋଡି ଗୁଡ୍ ନ୍ୟୁଜ୍ ପରି ଏକ ସୁପରହିଟ୍ ଫିଲ୍ମ ଦେଇଥିଲେ। କିନ୍ତୁ ଦ୍ୱିତୀୟ ଥର ଏହି ଯୋଡିଙ୍କ ସଂପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ନିକଟରେ ରିଲିଜ୍ ହୋଇଥିବା ‘ସେଲଫି’ ସହିତ ଦର୍ଶକଙ୍କୁ ଆକର୍ଷିତ କରିପାରି ନଥିଲା। ବକ୍ସ ଅଫିସରେ ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ବହୁତ କମ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ପ୍ରଥମ ଦିନରେ ସେଲଫି ୨.୫୫ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଦିନରେ ୩.୮୦ କୋଟି, ତୃତୀୟ ଦିନରେ ୩.୯୦ କୋଟି, ଚତୁର୍ଥ ଦିନରେ ମାତ୍ର ୧.୩ କୋଟି, ପଞ୍ଚମ ଦିନରେ ‘ସେଲଫି’ ୧.୧୦ କୋଟିକୁ ମିଶାଇ ବର୍ତ୍ତମାନ ମୋଟ ସଂଗ୍ରହ ୧୨.୭୦ କୋଟି ଟଙ୍କା ରହିଛି।
ସୂଚନା ଯେ, ‘ସେଲଫି’ ଏହାର ପ୍ରଥମ ସପ୍ତାହ ଶେଷରେ ସର୍ବନିମ୍ନ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଆଶ୍ଚର୍ଯ୍ୟର କଥା, ଅକ୍ଷୟ କୁମାର ଏବଂ ଇମ୍ରାନ ହାଶମିଙ୍କ ପରି ବଡ ତାରକାଙ୍କ ଉପସ୍ଥିତି ସତ୍ଵେ ଫିଲ୍ମ ପ୍ରେକ୍ଷାଳୟରେ ଫ୍ଲପ୍ ହୋଇଛି। ଅକ୍ଷୟ-ଇମ୍ରାନଙ୍କ ବ୍ୟତୀତ ନୁସରତ ଭାରୁଚା ଏବଂ ଡାଏନା ପେଣ୍ଟି ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କହିବାକୁ ଗଲେ ‘ସେଲଫି’ ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର ‘ଡ୍ରାଇଭିଂ ଲାଇସେନ୍ସ’ର ଅଫିସିଆଲ୍ ହିନ୍ଦୀ ରିମେକ୍ । ଅରିଜିନାଲ ଚଳଚ୍ଚିତ୍ରଟି ଏକ ସୁପର-ଡୁପର ହିଟ୍ ଥିଲା। ଏଥି ସହିତ ଫିଲ୍ମଟି ୧୫୦ କୋଟି ବଜେଟରେ ପ୍ରସ୍ତୁତ ହୋଇଛି।