ଜନତାଙ୍କ ପ୍ରସଙ୍ଗର ସ୍ୱର ହେଉଛି କଂଗ୍ରେସ – ସୁପ୍ରିୟା ସୁନେତ
ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ସୁପ୍ରିୟା ସୁନେତ କହିଛନ୍ତି ଯେ କଂଗ୍ରେସ ପାର୍ଟି ହେଉଛି ଜନତାଙ୍କ ପ୍ରସଙ୍ଗର ସ୍ୱର । ଏହି ପାର୍ଟି ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ଆମ ଲୋକଙ୍କ ପାଇଁ ପ୍ରସଙ୍ଗକୁ ଶାଣିତ କରୁଛି ଓ ଜନତାଙ୍କ ହିତ କୁ ରକ୍ଷା କରିବା ପାଇଁ ତତ୍ପର ରହିଛି । ପ୍ରବକ୍ତା ସୁପ୍ରିୟା ମଙ୍ଗଳବାରଦିନ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମେ ଲଗାତର ଭାବେ ସଡକକୁ ଓହ୍ଲାଇ ଜନତାଙ୍କ ସ୍ୱର ଉଠାଇଛୁ । କଂଗ୍ରେସ ସମୟ ସମୟରେ ନାଗରିକତା ସଂସୋଧନ ଅଧିନିୟମ, ମହିଳା ସୁରକ୍ଷା , କୃଷି ନିୟମ ଏବଂ ବେରୋଜଗାରୀ ପ୍ରସଙ୍ଗକୁ ନେଇ ସ୍ୱର ଉଠାଉଅଛି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ବିରୋଧି ଦଳରେ ରହି ସଦନରେ ସରକାରଙ୍କୁ ଏହାର ଜବାବ ମାଗିଛୁ ।