ରଣକ୍ଷେତ୍ର ପାଲଟିଲା ବାଲେଶ୍ଵର ପରିବାର ଅଦାଲତ ପରିସର, ସ୍ୱାମୀଙ୍କ ହେଲମେଟ୍ ମାଡରେ ସ୍ତ୍ରୀ ଗୁରୁତର
ବାଲେଶ୍ଵର : ରଣକ୍ଷେତ୍ର ପାଲଟିଲା ବାଲେଶ୍ଵର ପରିବାର ଅଦାଲତ ପରିସର । ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ଲାଗିଲେ ଦମ୍ପତ୍ତି । ସ୍ୱାମୀଙ୍କ ହେଲାମେଟ୍ ମାଡରେ ଗୁରୁତର ହେଲେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲା । ଉଭୟଙ୍କ ମାମଲା ବର୍ତ୍ତମାନ ପରିବାର ଅଦାଲତରେ ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣ ବଶତଃ ଉଭୟେ କୋର୍ଟ ହତା ଆଗରେ ମାରପିଟ୍ ହୋଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ ରତିକାନ୍ତ ଉତକ୍ଷିପ୍ତ ହୋଇ ରଶ୍ମୀରେଖାଙ୍କୁ ହେଲିମେଟରେ ଦୁଇ ପ୍ରହାର ମୁଣ୍ଡକୁ ମାରିଥିଲେ । ଫଳରେ ରଶ୍ମୀରେଖାଙ୍କ ମୁଣ୍ଡରେ ଏତେ ଶକ୍ତ ଆଘାତ ଲାଗିଥିଲା ଯେ ସେ ଘଟଣାସ୍ଥଳରେ ଅଚେତ ହୋଇ ଯାଇଥିଲେ । ପରେ ସ୍ଥାନୀୟ ସାମ୍ବାଦିକ ଓ ସାଧାରଣ ଲୋକମାନେ ଉଭୟଙ୍କୁ ଛଡ଼ାଇ ଥିଲେ ଓ ପରେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ରଶ୍ମୀରେଖାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।
ସୂଚନା ଯେ, ଭରଣ ପୋଷଣ ଜନିତ ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଜଣାପଡ଼ିଥିବା ବେଳେ ଉଭୟଙ୍କ ୨ ଜଣ ସନ୍ତାନ ଅଛନ୍ତି । ନିଜ ଝିଅର ଚରିତ୍ରକୁ ନେଇ ବାପା ଲୋକଙ୍କ ଆଗରେ ମିଥ୍ୟା ଆରୋପ ପ୍ରତିବାଦରେ ମହିଳା ଜଣକ ଯେତେବେଳେ ତାଙ୍କ ସ୍ଵାମୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କ ସ୍ଵାମୀ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ମହିଳା ଜଣକ ନିଜ ସ୍ବାମୀ ଙ୍କୁ ପ୍ରଶ୍ନ କରିଥିଲେ ଆମ ବିବାଦରେ ଅଯଥାରେ ଝିଅକୁ କାହିଁକି ବଦନାମ କରୁଛ ।