ରାଜ୍ୟରେ ଆଉ ୩,୪୨୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୪୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୯୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୪୭୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩୮ ଜଣ ଥିବାବେଳେ ବାଲେଶ୍ୱରରୁ ୨୬୧ଜଣ, ବରଗଡ଼ରୁ ୫୨ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରରୁ ୪୦ଜଣ, ବୌଦ୍ଧରୁ ୩୧ଜଣ, କଟକରୁ ୩୯୬ଜଣ, ଦେଓଗଡ଼ରୁ ୨୨ଜଣ, ଢେଙ୍କାନାଳରୁ ୭୮ଜଣ, ଗଜପତିରୁ ୨୭ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂହପୁରରୁ ୧୦୮ଜଣ, ଯାଜପୁରରୁ ୨୮୫ଜଣ, ଝାରସୁଗୁଡ଼ାରୁ ୧୦ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୪୧ଜଣ, କେନ୍ଦ୍ରାପଡ଼ାରୁ ୧୧୧ଜଣ, କେନ୍ଦୁଝରରୁ ୪୭ଜଣ, ଖୋର୍ଦ୍ଧାରୁ ୫୫୩, କୋରାପୁଟରୁ ୭୨ଜଣ, ମାଲକାନଗିରିରୁ ୩୮ଜଣ, ମୟୁରଭଞ୍ଜରୁ ୧୬୨ଜଣ, ନବରଙ୍ଗପୁରରୁ ୬୦ଜଣ, ନୟାଗଡ଼ରୁ ୧୪୨ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୨୧୭ଜଣ, ରାୟଗଡ଼ାରୁ ୯୪ଜଣ, ସମ୍ବଲପୁରରୁ ୩୨ଜଣ, ସୋନପୁରରୁ ୩୦ଜଣ, ସୁନ୍ଦରଗଡ଼ରୁ ୭୮ଜଣ ଏବଂ ରାଜ୍ୟ ପୁଲ୍ରୁ ୮୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୭୩,୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୨୯,୮୫୧ ଜଣ ସୁସ୍ଥ ହୋଇଥିବା ବେଳେ ୪୦ହଜାର ୪୭୧ଜଣ ସକ୍ରିୟ ମାମଲା ରହିଛି ।