କ୍ୟାଟ୍ରିନାଙ୍କର ଇନଷ୍ଟାଗ୍ରାମରେ ୭୦ ମିଲିୟନ ଫଲୋର୍ସ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ
ମୁମ୍ଵାଇ : ବଲିଉଡର ବାର୍ବିଡଲ୍ ତଥା କ୍ୟାଟ୍ରିନା କୈଫଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ୭୦ ମିଲିୟନ ଫଲୋର୍ସ ହୋଇଛନ୍ତି। ଏନେଇ ଖୁସି ପ୍ରକାଶ କରି ସେ ନିଜ ଫଟୋ ସେୟାର କରିଛନ୍ତି। ଏଥିସହ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ପ୍ରଶଂସକଙ୍କ ଠାରୁ ସେଲିବ୍ରେଟ୍ ପର୍ଯ୍ୟନ୍ତ ତାଙ୍କ ପୋଷ୍ଟରେ କମେଣ୍ଟ କରିଥିଲେ।
କ୍ୟାଟ୍ରିନ୍ ସେୟାର କରିଥିବା ଫଟୋରେ ସେ ନୀଳ ଜିନ୍ସ ସହିତ ଏକ ଧଳା ଟି-ସାର୍ଟ ପିନ୍ଧିଛନ୍ତି । ସେ ନିଜ ଘରେ ପୋଜ୍ କରିବା ସମୟରେ କେଶ ଖୋଲା ରଖିଥିଲେ। ସେ ନିଜ ହାତରେ ଏକ ‘ଫଟୋ କ୍ଲିକ୍ ଏକ୍ସପ୍ରେସନ୍’ ସହ ପୋଜ୍ ଦେଇଥିଲେ। କ୍ୟାପସନରେ ଲେଖିଥିଲେ, “ତୁମକୁ ଏଠାରେ ଦେଖୁଛି …… ମୋର ୭୦ ମିଲିୟନ୍ # ଇନଷ୍ଟାଫାମିଲି।” ନିର୍ଦ୍ଦେଶକ ଜୋୟା ଅଖତରଙ୍କ ସମେତ ଅନେକ ସେଲିବ୍ରେଟ୍ ଏବଂ ପ୍ରଶଂସକ ଅଭିନେତ୍ରୀଙ୍କ ଫଟୋ ଉପରେ କମେଣ୍ଟ ଦେଇଥିଲେ।
ଅଭିନେତ୍ରୀ କ୍ୟାଟ୍ରିନା ୨୦୦୩ ମସିହାରେ ଫିଲ୍ମ ‘ବୁମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଟାଇଗର ଜିନ୍ଦା ହୈ, ରାଜନୀତି, ଧୁମ-୩, ଏକ ଥା ଟାଇଗର, ଅଜାବ ପ୍ରେମ କି ଗଜବ କାହାନି, ବ୍ୟାଙ୍ଗ ବ୍ୟାଙ୍ଗ, ସୁରିୟବଂଶୀ, ନମସ୍ତେ ଲଣ୍ଡନ ଭଳି ଅନେକ ସିନେମାରେ ଅଭିନୟ କରି ପ୍ରଶଂସକ ହୃଦୟ ଜିତିଛନ୍ତି । ଦର୍ଶକମାନେ ତାଙ୍କ ନୂଆ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି।