କୋଭିଡରୁ ସୁସ୍ଥ ପରେ ଅବଶ ହୋଇଯିବା ଓ ନିଦ ନ ହେବା ସମସ୍ୟା ଦେଖାଦିଏ
- ଶିଶୁଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ ପ୍ରାୟତଃ କମ୍ ଦେଖାଯାଏ
ଭୁବନେଶ୍ୱର : କୋଭିଡ ପରବର୍ତ୍ତୀ ସମସ୍ୟାର ମୁକାବିଲା ନେଇ ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ ପରାମର୍ଶ । କୋଭିଡରୁ ସୁସ୍ଥ ପରେ ଅବଶ ହୋଇଯିବା ଓ ନିଦ ନ ହେବା ସମସ୍ୟା ଦେଖାଦିଏ । ଭୋକ କମିଯିବା, ଛାତିରେ ଯନ୍ତ୍ରଣା ହେବା, କାଶ ହେବା ଦେଖାଯାଏ ।ଚିଡିଚିଡା, ମୁଣ୍ଡ ବିନ୍ଧିବା, କୋଷ୍ଠକାଠିନ୍ୟ, ପତଳା ଝାଡ଼ା ହେବା ଦେଖାଯାଏ । କୋଭିଡ ମୁଖ୍ୟତଃ ନିଶ୍ବାସପ୍ରଶ୍ବାସ, ଛାତି ଓ ଶ୍ବାସନଳୀକୁ ଆକ୍ରାନ୍ତ କରିଥାଏ । ବୟସ୍କ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷ୍ଟ କୋଭିଡ ଲକ୍ଷଣ ଆସେ । ଲଙ୍ଗଟର୍ମ କୋଭିଡ ଥିଲେ ରୋଗୀ ଗୁରୁତର ହୁଏ, ଆଇସିୟୁକୁ ଯାଇଥାଏ।
ଶିଶୁଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ ପ୍ରାୟତଃ କମ୍ ଦେଖାଯାଏ । ପୋଷ୍ଟ କୋଭିଡ ରୋଗୀଙ୍କଠାରୁ ରୋଗ ବ୍ୟାପିବାର ଆଶଙ୍କା ନାହିଁ । ଲଙ୍ଗ କୋଭିଡରୁ ମୁକ୍ତି ପାଇଁ ସେ କେତେ ମାତ୍ରାରେ ପୀଡିତ ନିର୍ଭର କରେ। ଅଧିକ ଗୁରୁତର ଥିଲେ ଭଲ ହେବାକୁ ଅଧିକ ଦିନ ଲାଗେ । ସାମାନ୍ୟ ବା ମଧ୍ୟମ ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଆନ୍ତି । ଯେଉଁମାନେ ଗୁରୁତର ହୋଇଥାନ୍ତି, ୧ରୁ ୩ ମାସ ଚିକିତ୍ସା ଲାଗିଥାଏ: ଡାକ୍ତର ଜୟନ୍ତ କୁମାର ପଣ୍ଡା। ଏକମୋ ଚିକିତ୍ସା ନେଇ ପ୍ରଫେସର ବାନାମ୍ବର ରାୟଙ୍କ ସୂଚନା। ଶରୀର ଭିତରେ ଫୁସଫୁସ ଯେଉଁ କାମ କରେ ଶରୀର ବାହାରେ ଏକମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ ଏକମୋ, ଯେପର୍ଯ୍ୟନ୍ତ ଫୁସଫୁସ ଖରାପ ଥାଏ, ସେପର୍ଯ୍ୟନ୍ତ ଏହା ରକ୍ତ ପରିଷ୍କାର କାମ କରିବ। ସ୍ବାଇନ ଫ୍ଲୁ, ନିମୋନିଆ ହେଲେ ଏକମୋ ବ୍ୟବହାର କରାଯାଇଥାଏ । ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ହେଲେ ଏକମୋ ବ୍ୟବହାର କରାଯାଇଥାଏ । ଏକମୋ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ । କୋଭିଡ ବେଳେ ଭେଣ୍ଟିଲେଟରକୁ ୧୦ ଜଣ ଗଲେ ପ୍ରାୟ ୨ ଜଣ ବଞ୍ଚନ୍ତି। ଏକମୋ କରାଗଲେ ୧୦ ଜଣରୁ ପ୍ରାୟ ୪ ଜଣ ବଞ୍ଚି ଯାଇପାରନ୍ତି । ଏକମୋ ଲଗାଇଲେ ସମସ୍ତେ ବଞ୍ଚିଯିବେ ସେମିତି ଭାବିବା ଠିକ୍ ନୁହେଁ । ଏକମୋରେ ରୋଗୀଙ୍କର ଇନଫେକସନ ହେବା ଆଶଙ୍କା ଥାଏ । ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ୍ ପୁର୍ବ ଭଳି ବଳବତ୍ତର ରହିବ । ବିବାହ ଓ ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ୍, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ ।