ବାଲେଶ୍ୱର : ଦିନକରେ ୩୧୮ ସଂକ୍ରମିତ ଓ ୩୯୩ ସୁସ୍ଥ
ବାଲେଶ୍ୱର : ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ରୋକିବାର ନାଁ ନେଉନି । ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୩୧୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରୁ ୪ଜଣ, ମୋତିଗଞ୍ଜରୁ ୩, ସୁନହଟରୁ ୩, ଆଜିମାବାଦରୁ ୩, ଅରଡ଼ବଜାରରୁ ୨, ରାଣୀପାଟଣାରୁ ୨, ଗୋପାଳଗାଁରୁ ୨ ଓ ମାନସିଂବଜାରରୁ ୨ଜଣଙ୍କ ସମେତ ଆକତପୁର, ବାରବାଟୀ, ମାଣିଖମ୍ବ, ପୁଲିସଲାଇନ, ପୁରୁଣା ବାଲେଶ୍ୱର, ପିଡବ୍ଲ୍ୟୁଡି କଲୋନି, ବାଲୁବଜାର, ତେଲେଙ୍ଗାସାହି ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୭ଜଣ, ବାଲିଆପାଳରୁ ୪୬, ବସ୍ତାରୁ ୧୭, ଜଳେଶ୍ୱରରୁ ୧୧, ଖଇରାରୁ ୧୮, ନୀଳଗିରିରୁ ୩୯, ଔପଦାରୁ ୫, ରେମୁଣାରୁ ୩୮, ସଦରରୁ ୪୫ଜଣ ଓ ସୋରରୁ ୭୧ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତରେ ସଂସ୍ପର୍ଶରେ ଆସିଥିବା କୁହାଯାଇଛି ।
ସୂଚନା ଯେ, ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୮,୯୫୩ରେ ପହଞ୍ଚିଥିବା ବେଳେ ଦିନକରେ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ୨୫,୫୪୦ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏବେ ସୁଦ୍ଧା ସକ୍ରିୟ ଥିବା ୩,୨୯୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦୫ଜଣ ଗୃହ ସଙ୍ଗରୋଧରେ ଏବଂ ୧୮୭ଜଣ ଦୁଇଗୋଟି କୋଭିଡ ଡାକ୍ତରଖାନା ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ଗତ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ୩୫ ଓ ୩୭ ବର୍ଷର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲାରେ ଅଦ୍ୟାବଧି ଜିଲାରେ କରୋନା ଜନିତ ମୃତ୍ୟୁା ସଂଖ୍ୟା ୧୨୩ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।