୩ ଜିଲ୍ଲାରେ ହେବ ସେରୋ ସର୍ଭେ
ଭୁବନେଶ୍ୱର : ଓଡ଼ିଶାର ୩ ଜିଲ୍ଲାରେ ସେରୋ ସର୍ଭେ କରାଯିବ । ରାୟଗଡା, ଗଂଜାମ ଓ କୋରାପୁଟ ଜିଲ୍ଲାରେ ନ୍ୟାସନାଲ ସେରୋସର୍ଭେ କରାଯିବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ଆସନ୍ତା ଜୁନ୍ ୧୬ କିମ୍ବା ୧୭ରୁ ଆରମ୍ଭ ହୋଇ ଜୁନ୍ ୨୨ରୁ ୨୪ ତାରିଖ ସୁଦ୍ଧା ସର୍ଭେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥର ସେରୋ ସର୍ଭେର୍ରେ ୬ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ସାମିଲ କରାଯିବ । ଓଡିଶା ସରକାରଙ୍କ ଲଜିଷ୍ଟିକ୍ ସପୋର୍ଟରେ ଆରଏମଆରସି ଏହି ସର୍ଭେ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ଜିଲ୍ଲାକୁ ୧୦ଟି ଲେଖାଏଁ କ୍ଲଷ୍ଟର କରାଯିବ । ଓଡିଶା ସମେତ ଦେଶର ମୋଟ ୭୦ ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ସେରୋ ସର୍ଭେ କରାଯିବ ବୋଲି ଡା. ପତି କହିଛନ୍ତି ।୩ ଜିଲ୍ଲାରେ ହେବ ସେରୋ ସର୍ଭେ