ଜେଲ୍ରୁ ବାହାରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
- ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର : ସର୍ତ୍ତ ମୂଳକ ଜାମିନ ପରେ ଝାରପଡା ଜେଲରୁ ଶନିବାର ବାହାରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ଭୁବନେଶ୍ୱର ଝାରପଡା ଜେଲ୍ରେ ଥିଲେ। ତାଙ୍କ ବିରୋଧରେ ୬ ଟି ମାମଲା ରୁଜୁ ହୋଇଥିଲା। ସବୁ ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଜାମିନ ବାବଦରେ ପ୍ରଦୀପ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କାର ବଣ୍ଡ ପ୍ରଦାନ କରିଛନ୍ତି।
ଗତକାଲି ସେ ଗୋଇନ୍ଥରା ଥାନାରେ ଥିବା ଏକ ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଏଥିପାଇଁ ସେ ୨ ଜଣ ଜାମିନଦାର ବ୍ୟତୀତ ୨ଲକ୍ଷ ଟଙ୍କା କୋର୍ଟକୁ ପ୍ରଦାନ କରିଥିଲେ। ଦୀର୍ଘ ଛଅ ମାସ ଆଠ ଦିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ। ତାଙ୍କୁ ଆଣିବା ପାଇଁ ତାଙ୍କ ପତ୍ନୀ ଜେଲକୁ ଆସିଥିଲେ । ପ୍ରଦୀପଙ୍କ ବିରୋଧରେ ଆଠଟି ଦଫା ଲାଗିଛି। ସୂଚନା ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କ ସହିତ ସଂପର୍କ ଥିଲା ବୋଲି ଅଭିଯୋଗ ଆସିଥିଲା । ସେ ଚାଟାଡ ଫ୍ଲାଇଟ୍ରେ ଅଭୟ ପାଠକଙ୍କ ସହିତ ବୁଲିବାକୁ ଯାଇଥିଲେ । ଟାଟା କଂପାନିରେ ନିଯୁକ୍ତି ଦେବା ନେଇ ତାଙ୍କର ସଂପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ସେ ବ୍ରହ୍ମପୁର ତଥା ଗଂଜାମର କିଛି ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ନେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏସବୁ ଘଟଣା ପରେ ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିଥିଲା ।