କେନ୍ଦୁଝର ଜିଲା କାରାଗାରରେ ୯ କଏଦୀ କୋଭିଡ଼ ସଂକ୍ରମିତ
କେନ୍ଦୁଝର : କେନ୍ଦୁଝର ଜିଲା କାରାଗାରରେ କରୋନାର କାୟା । ଜେଲରେ ୯ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସ୍ୱତନ୍ତ୍ର ଆଇସୋଲସେନ ଓ୍ୱାର୍ଡରେ ରଖାଯାଇଛି । ଅନ୍ୟପକ୍ଷରେ ଗତ ତିନିଦିନ ପୂର୍ବରୁ ଉଦଳା ଜେଲରୁ ୯ ଜଣ କଏଦୀ ସଂକ୍ରମିତ ହୋଇଥିଲେ। ସେହିପରି ମଙ୍ଗଳବାର ପାଟଣାଗଡ କାରଗାରରୁ ୩୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଥିଲେ ।
ସୂଚନା ଯେ, ଗତ ମାସ ୨୮ ତାରିଖରେ ୩ ଜଣ ଏକ ଚୋରୀ ମାମଲାରେ କୋର୍ଟରୁ ଚାଲାଣ ହୋଇ ଜେଲକୁ ଆସିଥିଲେ । ଆଉ ସେ ସମୟରେ ସେମାନଙ୍କର ଥଣ୍ଡା, ଛିଙ୍କ , କାଶ ହେଉଥିଲା । ତେଣୁ ସେମାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ତୁରନ୍ତ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ଅନ୍ୟ ମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହୋଇଥିଲା । ଏହାପରେ ଆଉ ୬ଜଣଙ୍କର ରିପୋର୍ଟ ପଜିଟିଭି ଆସିଛି । ଯାହାକୁ ମିଶାଇ ବର୍ତମାନ ୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜେଲ ମଧ୍ୟରେ ଥିବା କୋଭିଡ ଓ୍ୱାର୍ଡରେ ଥିବା ବେଳେ ଅନ୍ୟ ୬ଜଣଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଭିଡ ଆକ୍ରାନ୍ତମାନଙ୍କୁ ପିପିଇ କିଟ ଓ ଔଷଧ ଆଦି ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା ଜେଲ ପକ୍ଷରୁ ସୂଚନା ଦିଆଯାଇଛି ।