ରାଜ୍ୟର ୮୭% ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟର ୮୭% ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଯାଏଁ ୧୩ ପ୍ରତିଶତ ଲୋକ ଟିକା ନେଇ ନାହାନ୍ତି। ଏମାନଙ୍କ ସଂଖ୍ୟା ୪୧ ଲକ୍ଷ। ସମସ୍ତେ ସ୍ବତଃପ୍ରବୃତ୍ତ ଭାବେ ଟୀକା ନିଅନ୍ତୁ। ଏହାଫଳରେ ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟିକାକରଣ ଶେଷ ହେବ।
ମୟୁରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲାରେ ପ୍ରଥମ ଡୋଜ ଟିକାକରଣ ହାର ବହୁତ କମ ରହିଛି। ଓମିକ୍ରନ ଭୁତାଣୁର ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ। ଅପରପକ୍ଷରେ ରାଜ୍ୟର ୫୪ ପ୍ରତିଶତ ଲୋକ ସେକେଣ୍ଡ ଡୋଜ ନେଇଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।