ଦିନକ ପୂର୍ବରୁ ବର୍ଷା ଓ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ୮୦% ସତ : ଆଇଏମଡି ଡିଜି
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ଆକଳନ କେତେ ସତ ? ବର୍ଷା ଓ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ପୂର୍ବାନୁମାନରେ କିଛି ଏପଟ-ସେପଟ ହେଲେ ସମାଲୋଚନା ମଧ୍ୟ ହୋଇଥାଏ । ଭାରତୀୟ ପାଣିପାଗ ବିଭାଗର ଆକଳନ କେତେ ସତ, ଏ ନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଦିନକ ପୂର୍ବରୁ ଯେଉଁ ଆକଳନ ପାଣିପାଗ ବିଭାଗ କରିଥାଏ, ତାହା ଏବେ ୮୦% ସଠିକ ହେଉଛି । ଅର୍ଥାତ ୨୦% ଭୁଲ ହେବାର ଆଶଙ୍କା ମଧ୍ୟ ରହିଛି । ୨୦୧୬ରେ ପାଣିପାଗ ବିଭାଗର ପୂର୍ବନୁମାନ ମାତ୍ର ୬୦% ସଠିକ ହେଉଥିଲା ।
କେବଳ ଏତିକି ନୁହେଁ, ଏବେ ୫ ଦିନ ପୂର୍ବରୁ ବର୍ଷା ଓ ବାତ୍ୟା ନେଇ ଆକଳନ କରାଯାଇପାରୁଛି । ପୂର୍ବରୁ ଏହା ହୋଇ ପାରୁନଥିଲା । ପାଣିପାଗ ବିଜ୍ଞାନର ଅଗ୍ରଗତି ପରେ ଏହା ସମ୍ଭବ ହୋଇପାରୁଛି । ତେବେ ୫ ଦିନ ପୂର୍ବରୁ ହେଉଥିବା ଆକଳନର ସଠିକ ହାର ରହିଛି ୬୦ ପ୍ରତିଶତ ।