ପୁରୀ ଗସ୍ତରେ ୫-ଟି ସଚିବ
ପୁରୀ: ପୁରୀ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ। ଶନିବାର ପୁରୀ ଗସ୍ତରେ ଆସି ୫-ଟି ସଚିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି।
ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ଏହାପରେ ମା’ ବିମଳାଙ୍କ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଛନ୍ତି। ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସାଥିରେ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।